Tuesday , October 26 2021
Breaking News
Home / ବିଶେଷ / ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବ – ୨୦୨୦ ର ପାନୋରମା ପାଇଁ ନୀଳମାଧବ ପଣ୍ଡାଙ୍କ ଓଡିଆ ସିନେମା “ କାଲିର ଅତୀତ “ ମନୋନୀତ

ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବ – ୨୦୨୦ ର ପାନୋରମା ପାଇଁ ନୀଳମାଧବ ପଣ୍ଡାଙ୍କ ଓଡିଆ ସିନେମା “ କାଲିର ଅତୀତ “ ମନୋନୀତ

ଭୁବନେଶ୍ୱର, ୨୦/୧୨/୨୦୨୦ (ଓଡ଼ିଶା ସମାଚାର)- ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୫୧ ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ-୨୦୨୦ ସମ୍ପର୍କରେ ଘୋଷଣା କରିଛନ୍ତି । ଯାହାକି କୋଭିଡ୍-୧୯ ପାଇଁ ସ୍ଥଗିତ ରହିଥିଲା । ଏହାର ସମ୍ମାନ ଜନକ ପାନୋରମା ବିଭାଗ ପାଇଁ ନୀଳମାଧବ ପଣ୍ଡାଙ୍କ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’କୁ ମନୋନୀତ କରାଯାଇଛି ।
ଏସମ୍ପର୍କରେ ନୀଳମାଧବ ପଣ୍ଡା କହିଲେ, ‘କାଲିର ଅତୀତ’ ମୋର୍ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ମୁଁ ଆନନ୍ଦିତ ଯେ, ଏହା ସମ୍ମାନ ଜନକ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରୁ ଏହାର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ନିଶ୍ଚିତ ଭାବେ ଏହା ଚଳିତ ବର୍ଷର ଭଲ ଖବର । ଆଗାମୀ ବର୍ଷରେ ମଧ୍ୟ ଏଭଳି ଖବର ଆଶା କରାଯାଉଛି । ବିଶ୍ୱ ଉତାପନଯୋଗୁ ବେଙ୍ଗାପସାଗରରେ ଜଳସ୍ତର ବୃଦ୍ଧି ପାଉଛି । ଏହାଦ୍ୱାରା ପୁରୀ ସମୁଦ୍ର ଗର୍ଭରେ ବୁଡ଼ି ଯାଉଛି । ୧୬ ଶତାବ୍ଦୀରେ ଓଡ଼ିଶାର ସନ୍ଥ ମହାପୁରୁଷ ଅଚୁ୍ୟତାନନ୍ଦ ଦାସଙ୍କ ଦ୍ୱାରା ରଚିତ ପ୍ରସିଦ୍ଧ ପୁସ୍ତକ ଅଚୁ୍ୟତାନନ୍ଦ ମାଳିକାରେ ଏହା ଉଲ୍ଲେଖ କରାଯାଇଛି ।

ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଧେଶକ ନୀଳମାଧବ ପଣ୍ଡାଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ଅଚୁ୍ୟତାନନ୍ଦଙ୍କ ରଚନାରୁ ପ୍ରେରଣା ପାଇଛି । ଓଡ଼ିଶାର ପୂର୍ବ ଉପକୂଳରେ ଥିବା ସାତଭାୟା ଗ୍ରାମ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି । ଏଭଳି ସ୍ଥିତି ପୂର୍ବ ଉପକୂଳରେ ପ୍ରାୟତଃ ସାଧାରଣ କଥା ଭାବେ ପରିଗଣିତ ହୋଇଥାଏ ।
୨୦୦୫ରୁ ଶୁଟିଂ କରୁଥିବା ନୀଳମାଧବ କୁହନ୍ତି ଜୟବାୟୁ ପରିବର୍ତନ ଯୋଗୁ ଏଭଳି ସ୍ଥିତ ଉପôନ୍ନ ହୋବର ଆଶଙ୍କା ରହିଛି । ଏହି ଚଳଚ୍ଚିତ୍ର ଏକ ନିଚ୍ଛକ ତଥା ବାସ୍ତବ ଘଟଣା ଉପରେ ପର୍ଯ୍ୟବେସିତ । ବହୁ ଲୋକ ଏଭଳି ଘଟଣା ଯୋଗୁ ସେମାନଙ୍କର ଜୀବନ ଏବଂ ଜୀବନଜୀବିକା ହରାଇ ବହୁଛନ୍ତିି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୪ ଜଣ ଶିଶୁ ଆକ୍ରାନ୍ତ – ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୬/୧୦/୨୦୨୧(ଓଡ଼ିଶା ସମାଚାର/ସସ୍ମିତା ବେହେରା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *