Wednesday , October 4 2023
Breaking News
Home / ଶିକ୍ଷା / କ୍ଲାସ୍ ରେ ମୋବାଇଲ୍ ବ୍ୟବହାରକଲେ କଠୋର କାର୍ଯ୍ୟାନୁଷ୍ଠାନ

କ୍ଲାସ୍ ରେ ମୋବାଇଲ୍ ବ୍ୟବହାରକଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୦/୧୨/୨୦୨୦ (ଓଡ଼ିଶା ସମାଚାର)- ଖୁବଶୀଘ୍ର ସ୍କୁଲ୍ ଏବଂ ଜୁନିୟର କଲେଜଗୁଡିକରେ ମୋବାଇଲ ବ୍ୟବହାର ଉପରେ ଲାଗିବ କଟକଣା । ଶିକ୍ଷାଦାନ ସମୟରେ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା ମୋବାଇଲ ବ୍ୟବହାର କରିପାରିବେ ନାହିଁ । ବ୍ୟବହାର କଲେ ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତିି ହୋଇଛି । ସର୍ଭେ ରିପୋର୍ଟରୁ ଜଣାପଡିଛି ଯେ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲଗୁଡିକରେ ପ୍ରାୟ ୯୨ପ୍ରତିଶତ ପିଲା ବର୍ତମାନ ମୋବାଇଲ ଆଣି ସ୍କୁଲ ଆସୁଥିବା ବେଳେ ୬୫ପ୍ରତିଶତ ପିଲା ସରକାରୀ ସ୍କୁଲରେ ମୋବାଇଲ ବ୍ୟବହାର କରୁଛନ୍ତି । ମୋବାଇଲ ଦ୍ୱାରା ପିଲାମାନେ ଡିଷ୍ଟର୍ବ ହେଉଥିବା ବେଳେ ପାଠପଢ଼ାଉଥିବା ବେଳେ ମୋବାଇଲ ଦ୍ୱାରା କିଛି ଶିକ୍ଷକମାନେ ସମୟ ନଷ୍ଟ କରିଥାନ୍ତି । ପୂର୍ବରୁ କ୍ୟାମ୍ପସ୍ ରେ ଶିକ୍ଷକଙ୍କ ଲାଗି ମୋବାଇଲ ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲା । ଏପରିକି ଶ୍ରେଣୀକକ୍ଷରୁ କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ମୋବାଇଲ ନନେବା ଉପରେ ମଧ୍ୟ ନିର୍ଦ୍ଧେଶନାମା ଜାରି କରାଯାଇଥିଲା । ମାତ୍ର ଅନେକ ସ୍କୁଲରେ ଏହି ନିୟମକୁ ଅବମାନନା କରାଯାଉଛି ବୋଲି ଅଭିଯୋଗ ହୋଇଥିଲା । ଆସନ୍ତା ବର୍ଷରୁ ସ୍କୁଲ ଖୋଲିବା ପରେ ସ୍କୁଲରେ ମୋବାଇଲ ବ୍ୟବହାର ଉପରେ କଟକଣାକୁ ଜୋରଦାର ପାଳନ କରାଯିବ । ଏପରିକି ଶିକ୍ଷକ, ଶିକ୍ଷୟିତ୍ରୀ ମୋବାଇଲ କ୍ୟାମ୍ପସରେ ବ୍ୟବହାର କରିବା ଉପରେ ମଧ୍ୟ କଟକଣା ଜାରି କରାଯିବ । ଶ୍ରେଣୀକକ୍ଷରୁ ମୋବାଇଲ ପ୍ରବେଶ ଉପରେ ଯାଂଚ କରାଯିବ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *