କେନ୍ଦ୍ରାପଡା, ୨୦/୧୨/୨୦୨୦(ଓଡ଼ିଶା ସମାଚାର)- ଗୋପଛକଠାରେ କେନ୍ଦ୍ରାପଡା ଜିଲ୍ଲା ସରକାରୀ କର୍ମଚାରୀ ସଂଘର ସଭାପତି ଡଃ. ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିକାଶ ସାମ୍ମୁଖ୍ୟର କର୍ମକର୍ତା ସଂଗଠନକୁ ଭଲ ପାଉଥିବା ବ୍ୟକ୍ତି ବିଶେଷମାନେ ଯୋଗ ଦେଇଥିଲେ । ସଂଗଠନର ଉପଦେଷ୍ଟା ତଥା ବିକାଶ ସାମ୍ମୁଖ୍ୟର ସଂପାଦକ ଅଧ୍ୟାପକ ଅଜୟ ସାମଲ ସଂଗଠନର କୋଷାଧ୍ୟକ୍ଷ କୃତିବାସ ସ୍ୱାଇଁ, ସଭ୍ୟ କୃଷ୍ଣଚନ୍ଦ୍ର ମହାରଣା, ଶିକ୍ଷକ ନେତା ମନୀନ୍ଦ୍ର ସାମଲ, କର୍ମଚାରୀ ସଂଘ ସଭାପତି କୁଞ୍ଜବିହାରୀ ସାହୁ ପ୍ରମୁଖ ଯୋଗଦେଇ ଏପର୍ଯ୍ୟନ୍ତ କୃଷକ ଆନ୍ଦୋଳନରେ ଜୀବନ ଦେଇଥିବା ୪୦ ଜଣ କୃଷକ ନେତା, କୋଭିଡ୍ର ଭୟାବହତାରେ ଜୀବନ ଦେଇଥିବା ଲକ୍ଷ ଲକ୍ଷ ଲୋକଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସଂପାଦକ କରୁଣାକର ଦାସ ଉଦ୍ଧେଶ୍ୟ ଜ୍ଞାପନ କରିବା ସହ ନୂତନ ବର୍ଷ ପାଇଁ କବିତା ମାଧ୍ୟମରେ ଅଭିନନ୍ଦନ ଜଣାଇଥିଲେ । ସଂଗଠନର ସଂପାଦକ ବୈଷ୍ଣବ ସ୍ୱାଇଁ, ପଟ୍ଟାମୁଣ୍ଡାଇର ପ୍ରତିନିଧି ରାଜକୁମାର ବିଶ୍ୱାଳ, ଅଧ୍ୟାପକ ରଘୁନାଥ ଦାସ, ଡେରାବିଶର ଅଧ୍ୟାପକ ଗୋଲକ ଚନ୍ଦ୍ର ମହାଭୋଇ, ଅଧ୍ୟାପକ ନାରଣ ଚନ୍ଦ୍ର ଜେନା, କେନ୍ଦ୍ରାପଡାର ଭଜକୃଷ୍ଣ ରାଉତ, ଡାକ୍ତର ରମାନାଥ ମହାନ୍ତି, ଶ୍ରୀଚରଣ ସାମଲ, ନିତ୍ୟାନନ୍ଦ ସୁଆର, ଅଧ୍ୟାପକ ଭଗବାନ ପତ୍ରୀ, ଅଧ୍ୟାପକ ଦେବ ବସନ୍ତିଆ, ଗୈାରାଙ୍ଗ ସାହୁ, ବୈଷ୍ଣବ ପ୍ରଧାନ, ମଥୁରାନନ୍ଦ ସାହୁ, ଅମୀୟ ନାୟକ, ମାର୍ଶାଘାଇର ଶ୍ରୀନିବାସ ପରିଡା, ଚୈାଧୁରୀ ରମାକାନ୍ତ ଦାସ, ହିମାଂଶୁ ଦାସ, କୁଳମଣୀ ପ୍ରଧାନ, ସୁରେନ୍ଦ୍ର ଦାସ, ମଧୁସୁଦନ ବାରିକ, ମହାକାଳପଡାର ବିଦ୍ୟୁତ ଖୁଂଟିଆ ପ୍ରମୁଖ ଅଂଶଗ୍ରହଣ କରି କୃଷି ଭିତିକ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଜନସଚେତନତା ସୃଷ୍ଟି କରିବା ପାଇଁ ମତ ପ୍ରକାଶ କରିଥିଲେ । ସର୍ବଶେଷରେ ନୂତନ ଭାବେ ନିର୍ବାଚିତ ହୋଇଥିବା କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର