Monday , October 18 2021
Breaking News
Home / ବିଶେଷ / କୁଏତ ରେ ରକ୍ତ ଦାନ ଶିବିର

କୁଏତ ରେ ରକ୍ତ ଦାନ ଶିବିର

କୁଏତ / ଭୁବନେଶ୍ୱର, ୨୦/୧୨/୨୦୨୦ (ଓଡ଼ିଶା ସମାଚାର)- ଗତ ୧୮- ଡିସେମ୍ବର ୨୦୨୦, ଶୁକ୍ରବାର ଭାରତୀୟ ପ୍ରବାସୀ ପରିଷଦ ସଂଘ କୁଏତ ଓ ବ୍ଲଡ ଡୋନୋର କେରଳ ସଂଘ ର ମିଳିତ ସହଯୋଗରେ ରକ୍ତ ଦାନ ଶିବିର କାର୍ୟ୍ୟକ୍ରମ ଆଦାନ ବ୍ଲଡ ବ୍ୟାଙ୍କ – କୁଏତ ରେ ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ ଡ୍ରାଇଭ୍ ରେ, ସ୍ବେଛାସେବୀମାନେ   ସ୍ୱେଛାକ୍ୃତଭାବେ ରକ୍ତଦାନ କରିଥିଲେ।  କୋଭିଡ-୧୯ ମହାମାରୀ ପରିସ୍ଥିତିରେ କୁଏତ ବ୍ଲଡ ବ୍ୟାଙ୍କ ସମ୍ମୁଖୀନ ହେଉଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ଏହି ଶିବିରର ଆୟୋଜନ କରାଯାଇଥିଲା।

ଏହି ରକ୍ତ ଦାନ କାର୍ୟ୍ୟକ୍ରମ ରେ ଭାରତୀୟ ପ୍ରବାସୀ ପରିଷଦ ର ସାଧାରଣ ସମ୍ପାଦକ, ଭାରତ ସେବା ଦର୍ଶନ ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶାର ଅଧ୍ୟକ୍ଷ, ଡବ୍ଲୁ ଏଚ ଆର୍ ସି – ଜି ସି ସି -କୁଏତ ର ସଭାପତି, ମୋ ସହାୟ କୁଏତ ର ସଦସ୍ୟ, ରାଇଟର ଫୋରମ୍ ଅଫ କୁଏତ ର ସଭ୍ୟ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, ଶ୍ରୀଯୁକ୍ତ ରାଜ ଭଣ୍ଡାରି, ଶ୍ରୀଯୁକ୍ତ ସୁରେନ୍ଦ୍ର ଜି,ଜୀତେନ୍ଦ୍ର କୁମାର ଜେନା, ବିଜୟ କାଇରଙ୍ଗଲି, ସଭିନୟ, ବିଜି, ରମେଶନ, ରାଜେଶ, ଭେନୁ ଗୋପାଳ, ଜୟ କ୍ରିଷ୍ଣା । ସାମାଜିକ କମିଟି ସଦସ୍ୟ ବୃନ୍ଦ ଏହି ଶିବିରର ସଫଳ ସଂଗଠନ ପାଇଁ, ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ ଏମ୍ୱ ଶ୍ରୀଯୁକ୍ତ ରାଜ ଭଣ୍ଡାରି ନିଜର ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ୍ ପ୍ରଦାନ କରିଛନ୍ତି। ସଂଘ ତରଫରୁ ରକ୍ତଦାତାମାନଙ୍କ ପାଇଁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।ଏହି କାର୍ୟ୍ୟକ୍ରମରେ କୁଏତ ର ବିଭିନ୍ନ ପ୍ରାନ୍ତ ରୁ ଏରିଆ କାର୍ୟ୍ୟାଳୟର ଅଧିକାରୀମାନେ ଯୋଗ ଦେଇଥିଲେ।

ସମଗ୍ର ବିଶ୍ୱ କୋଭିଡ ମହାମାରୀର ସମ୍ମୁଖୀନ ହେଉଥିବା ବେଳେ ଏହି ମହତ୍ତ୍ଵ ସମୟରେ ରକ୍ତଦାନର ମହାନ କାର୍ୟ୍ୟକୁ ଆଗକୁ ନେଇଥିବାରୁ ସଙ୍ଘ ତରଫରୁ ରକ୍ତ ଦାନ କରିଥିବା ସ୍ବେଛାସେବୀ ଓ ସାଂସ୍କୃତିକ ସଙ୍ଗଠନକୁ ପ୍ରଶଂସା କରିଥିଲେ। ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *