Saturday , December 4 2021
Home / ବିଶେଷ / ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଘୋଷିତ – ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକ ପାଇବେ ‘ଉତ୍କଳ ରତ୍ନ ସମ୍ମାନ’

ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଘୋଷିତ – ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକ ପାଇବେ ‘ଉତ୍କଳ ରତ୍ନ ସମ୍ମାନ’

କଟକ, ୨୦/୧୨/୨୦୨୦(ଓଡ଼ିଶା ସମାଚାର)- ଶତାୟୁ ସାରସ୍ୱତ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସୁପ୍ରିମ୍ କୋର୍ଟର ପ୍ରାକ୍ତନ ପ୍ରଧାନ ବିଚାରପତି ନ୍ୟାୟମୂର୍ତି ଗୋପାଳ ବଲ୍ଲଭ ପଟ୍ଟ ନାୟକଙ୍କୁ ଚଳିତବର୍ଷ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ପ୍ରଦାନ କରାଯିବ । ସମ୍ମାନ ସ୍ୱରୂପ ଜଷ୍ଟିସ୍ ପଟ୍ଟନାୟକଙ୍କୁ ଉତ୍କଳ ସାହିତ୍ୟ ସମାଜର ରୌପ୍ୟ ସ୍ମାରକୀ, ତାମ୍ରପତ୍ର ଓ ଉପଢ଼ୌକନ ପ୍ରଦାନ କରି ଏହି ସମ୍ମାନ ପ୍ରଦାନ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ‘ଶୁକଦେବ ସାହୁ ଉପନ୍ୟାସ ସମ୍ମାନ’ ପ୍ରସନ୍ନ କୁମାର ମହାପାତ୍ର, ‘ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ’ ଗିରୀଶଚନ୍ଦ୍ର ସାହୁ, ‘ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ’ ମିହିର ମେହେର, ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ’ ଡାକ୍ତର କୃପାସିନ୍ଧୁ ପଣ୍ଡା, ‘ଗଙ୍ଗାଧର ମେହେର କବିତା ସମ୍ମାନ’ ଡକ୍ଟର ଅପର୍ଣ୍ଣା ମହାନ୍ତି, ‘ଗୋପୀନାଥ ନନ୍ଦ ପ୍ରବନ୍ଧ ସମାଲୋଚନା ସମ୍ମାନ’ ଡକ୍ଟର ନିତ୍ୟାନନ୍ଦ ନାୟକ, “ରାମକୃଷ୍ଣ ନନ୍ଦ ଶିଶୁସାହିତ୍ୟ ସମ୍ମାନ’ ଡକ୍ଟର ରାମଚନ୍ଦ୍ର ନାୟକ, ‘ବୈଷ୍ଣବ ପାଣି କଳା ସମ୍ମାନ’ ସାଧୁ ମେହେର,‘ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ’ ରବୀନ୍ଦ୍ର କୁମାର ପଣ୍ଡା, ‘ରାଧାନାଥ ରଥ ସମ୍ବାଦ ସାହିତ୍ୟ ସମ୍ମାନ’ ଭାଗୀରଥୀ ମହାସୁଆର, ‘ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ’ ଭାସ୍କର ମିଶ୍ର, ‘ବସନ୍ତ କୁମାରୀ ଦେବୀ ଲେଖିକା ସମ୍ମାନ’ ଡକ୍ଟର ବୀଣାପାଣି ସିଂହ, ‘ବିଦ୍ୟାଧର ମିଶ୍ର ଜୀବନୀ ସାହିତ୍ୟ ସମ୍ମାନ’ ଡକ୍ଟର ବିଜୟାନନ୍ଦ ସିଂହ, ‘ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ’ ଗୁରୁକଲ୍ୟାଣ ମହାପାତ୍ର, ‘ନୀରଦପ୍ରଭା ହାସ୍ୟବ୍ୟଙ୍ଗ ସମ୍ମାନ’ ରମାକାନ୍ତ ମିଶ୍ର, ‘ବିଶ୍ୱନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ’ କମଳାକାନ୍ତ ମହାପାତ୍ର, ‘ନବରୂପା ରାଜ ଗୀତିକବିତା ସମ୍ମାନ’ ମନୋଜ ପଟ୍ଟନାୟକ, ‘କବିଚନ୍ଦ୍ର ସଙ୍ଗୀତଗୁରୁ ସମ୍ମାନ’ ସଙ୍ଗୀତା ମହାପାତ୍ର ଗୋସାଇଁ, ‘ଭିକାରୀ ବଳ କଂଠଶିଳ୍ପୀ ସମ୍ମାନ’ ଗୀତା ପଟ୍ଟନାୟକ, ‘ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ’ ଇନ୍ଦିରା ଦାଶ, ‘ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ’ ରାଧାଶ୍ୟାମ ରାଉଳ, ‘ବ୍ରହ୍ମାନନ୍ଦ ପଣ୍ଡା ସାଂସ୍କୃତିକ ସଂଗଠନ ସମ୍ମାନ’ ଜୟନ୍ତ କୁମାର ବେହେରା, ‘କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ୱତ ସମ୍ମାନ’ ସ୍ୱାଗତିକା ସ୍ୱାଇଁ, ‘ଦେବବ୍ରତ କର ପ୍ରକାଶକ ସମ୍ମାନ’ ମଧୁମିତା ମହାନ୍ତି (ଅଗ୍ରଦୂତ), ‘ନିରଞ୍ଜନ ଦାସ ଭାଷା ସମ୍ମାନ’ ଡକ୍ଟର ସନ୍ତୋଷ ତ୍ରିପାଠୀ, ‘ବାଗ୍ମୀ ବିଶ୍ୱନାଥ କର ସମ୍ପାଦନା ସମ୍ମାନ’ ଡକ୍ଟର ଗୌରାଙ୍ଗ ଚରଣ ଦାଶ, ‘ସୁନାମଣି ସାମଲ ଚିତ୍ରଶିଳ୍ପୀ ସମ୍ମାନ’ ଜଗଦୀଶ କାନୁନଗୋଙ୍କୁ ପ୍ରଦାନ କରାଯିବ । ବିଚାରକମାନଙ୍କ ଚୂଡ଼ାନ୍ତ ରାୟ ୧୯ ଡିସେମ୍ବର ୨୦୨୦ରିଖରେ ଅନୁଷ୍ଠାନର ସଭାପତି ତରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟନିର୍ବାହିକା ସମିତି ବୈଠକରେ ଗୃହୀତ ହୋଇଛି । ସୂଚନାଯୋଗ୍ୟ ଏହି ପୁରସ୍କାର ପ୍ରଦାନ ନିମନ୍ତେ ତାରିଖ ଓ ସମୟ ପରବର୍ତୀ ସମୟରେ ଘୋଷଣା କରାଯିବ ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ମୀନାକ୍ଷୀ ଦେବୀ ଓ ସଂଗଠନ ସମ୍ପାଦକ ଆଦିତ୍ୟ ପ୍ରତାପ ଧଳ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *