Friday , September 29 2023
Breaking News
Home / ବିଶେଷ / ୫-ଟି ସଚିବଙ୍କ ଶ୍ରୀମନ୍ଦିର ବିକାଶମୂଳକ କାମର ସମୀକ୍ଷା

୫-ଟି ସଚିବଙ୍କ ଶ୍ରୀମନ୍ଦିର ବିକାଶମୂଳକ କାମର ସମୀକ୍ଷା

ପୁରୀ, ୧୯/୧୨/୨୦୨୦ (ଓଡ଼ିଶା ସମାଚାର)- ଆଉ ମାତ୍ର ୩ ଦିନ ପରେ ଶ୍ରୀମନ୍ଦିର ଖୋଲିବାକୁ ଯାଉଛି । କେବଳ ପୁରୀ ସହରବାସୀ ଆସନ୍ତା ୨୩ରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ପୌର ପାଳିକା ପକ୍ଷରୁ ଏନେଇ ୱାର୍ଡ ୱାରୀ ଟୋକନ୍ ବ୍ୟବସ୍ଥା କରାଯିବ। କୋଭିଡ୍ -୧୯ କଟକଣାକୁ ପାଳନ କରି ଶୃଙ୍ଖଳିତ ଭାବେ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଡିସେମ୍ବର ୩୧ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଏହାପରେ ଜାନୁୟାରୀ ୩ରୁ ୫ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ । ଏହାକୁ ଦୃଷ୍ଟିରେ ରଖି ୫-ଟି ସଚିବ ଭି.କେ. ପାଣ୍ଡିଆନ ଶନିବାର ପୁରୀ ଗସ୍ତରେ ଆସି ବରିଷ୍ଠ ଅଧିକାରୀଙ୍କ ସହ ପୁରୀର ବିଭିନ୍ନ ବିକାଶମୂଳକ କାମର ସମୀକ୍ଷା କରିଛନ୍ତି । ୫-ଟି ସଚିବଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ୍ କୁମାର , ପୁରୀ ଜିଲ୍ଲାପାଳ ଓ ଏସପି ପ୍ରମୁଖ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *