Sunday , October 1 2023
Home / ବିଶେଷ / ସ୍ବର୍ଗତ କମଳାକାନ୍ତ ମହାନ୍ତି ଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିସଭା

ସ୍ବର୍ଗତ କମଳାକାନ୍ତ ମହାନ୍ତି ଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିସଭା

ନିଶ୍ଚିନ୍ତକୋଇଲି, ୧୯/୧୨/୨୦୨୦(ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଉତ୍ତରକୁଳ ଗ୍ରାମ ପଞ୍ଚାୟତ ର ପିଁପୁର ଗ୍ରାମର ବିଶିଷ୍ଟ ସମାଜ ସେବୀ ତଥା ଧର୍ମ ପରାୟଣ ବ୍ୟକ୍ତି ସ୍ବର୍ଗତ କମଳାକାନ୍ତ ମହାନ୍ତି (ସନା) ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଉତ୍ତରକୁଳ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଦିଲ୍ଲୀପ ବିଶ୍ଵାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କଟକ ସଦର ବିଧାୟକ ଶ୍ରୀଯୁକ୍ତ ଚନ୍ଦ୍ର ସାରଥି ବେହେରା ଯୋଗ ଦେଇ ସ୍ବର୍ଗତ ମହାନ୍ତିଙ୍କର ବହୁମୁଖୀ ପ୍ରତିଭା ତଥା ବିଜେଡ଼ି ଦଳ ପ୍ରତି ଅବଦାନ ସହ ଗାଁ ର ଉନ୍ନତି ପାଇଁ ତାଙ୍କର ଅହରହ ଉଦ୍ୟମ କୁ ମନେ ପକାଇବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ପର୍ୟ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ମନୋଜ ମହାନ୍ତି, ସାମ୍ବାଦିକ ବିଭୂତି ମଲ୍ଲ, ବିଭୂତି ମହାନ୍ତି, ବିଶ୍ବରଂଜନ ମହାନ୍ତି, ଅକ୍ଷୟ ପରିଜା, ଦୂର୍ଗାଶିସ୍ ଦାସ, କୈଳାସ ପରିଡା, ଅମିୟ ପରିଜା, ସନ୍ତୋଷ ମହାପାତ୍ର, ଭରତ ଦାସ, ପ୍ରତାପ ଦାସ, ସଂଗ୍ରାମ ସାହାଣୀ, ବିଶ୍ୱଜିତ୍ ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଆତ୍ମାର ସଦଗତି କାମନା କରିବା ସହ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ପିଁ ପୁର ଗ୍ରାମ ରାସ୍ତାକୁ ନିର୍ମାଣ କରି ସ୍ବର୍ଗତ କମଳାକାନ୍ତ ମହାନ୍ତି ଙ୍କ ନାମରେ ନାମିତ କରିବାକୁ ବିଧାୟକ ଶ୍ରୀଯୁକ୍ତ ବେହେରା ଘୋଷଣା କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *