Friday , October 22 2021
Breaking News
Home / ତାଜା ଖବର / ସୁନା ଗହଣା ଦେକାନୀଙ୍କୁ ଗୁଳିମାଡ଼ କରି ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଲୁଟିନେଲେ ଦୁର୍ବୃତ – ଦେକାନୀ ମୃତ

ସୁନା ଗହଣା ଦେକାନୀଙ୍କୁ ଗୁଳିମାଡ଼ କରି ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଲୁଟିନେଲେ ଦୁର୍ବୃତ – ଦେକାନୀ ମୃତ

ରାଉରକେଲା ୧୯/୧୨/୨୦୨୦(ଓଡ଼ିଶା ସମାଚାର)- ଗତକାଲି ରାତିରେ ରାଉରକେଲାରେ ଦୁର୍ବୃତଙ୍କ ଗୁଳିମାଡ଼ରେ ଜଣେ ସୁନା ଦୋକାନୀ ଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ସରୋଜ ସାହୁ ବୋଲି ଜଣାପଡ଼ିଛି । ସରୋଜଙ୍କୁ ଗୁଳିକରି ଦୁର୍ବୃତମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟିନେଇ ପଳାଇଛନ୍ତି । ପୋଲିସ ଘଟଣାର ଛାନ୍ ଭିନ୍ ଜାରି ରଖିଛି ।
ମିଳିଥିବା ସୂଚନା ଅନୁଯାୟୀ , ଶୁକ୍ରବାର ରାତିରେ ସରୋଜ ଦୋକାନ ବନ୍ଦକରି ଘରକୁ ଯାଉଥିବାବେଳେ ଏସ୍ ଟିଆ ଇ ଫ୍ଲାଏ ଓଭର ପାଖରେ ଦୁର୍ବୃତମାନେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ସରୋଜଙ୍କ ପେଟ ଓ ମୁଣ୍ଡରେ ଗୁଳି ବାଜିଥିଲା । ସେ ଘଟଣାସ୍ଥଳରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ଛଟପଟ ହେଉଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ୍ ରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ବୃତମାନେ ସରୋଜଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟି ନେଇଛନ୍ତି । ୩ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି ।
ରାଉରକେଲା ଗଣେଶ ମାର୍କେଟରେ ସରୋଜ ଙ୍କର ଏକ ସୁନା ଦୋକାନ ରହିଛି । ସେ ଗତକାଲି ଶୁକ୍ରବାର ପ୍ରାୟ ୧୦ ଟା ରାତି ରେ ସବୁ ଦିନ ପରି ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ଏସ୍ ଟିଆ ଇ ଫ୍ଲାଏ ଓଭର ପାଖରେ ଦୁର୍ବୃତମାନେ ତାଙ୍କୁ ଗୁଳିକରି ସୁନା ଗହଣା ଓ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ । ୨ ରାଉଣ୍ଡ ଗୁଳି ତାଙ୍କ ପେଟ ଓ ମୁଣ୍ଡରେ ବାଜିଥିଲା । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେଠାରୁ ଆଇଜିଏଚ୍ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *