ସାଲେପୁର,୧୯/୧୨ /୨୦୨୦(ଓଡିଶା ସମାଚାର/ଅଭୟ ଜେନା): ସାଲେପୁର ଥାନା ଅଂଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ସାଲେପୁର ନିକଟବର୍ତ୍ତି ଚିତ୍ରୋତ୍ପଳା ନଦୀପଠା ଛନ୍ଧାଵଣ ନିକଟରୁ ଜଣେ ଯୁବକର ଝୁଲାନ୍ତା ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଲେ ସ୍ଥାନୀୟ ବାଲିସାହି ନିକଟସ୍ଥ ମାଛୁଆତି ଗ୍ରାମର କାର୍ତିକ କାଣ୍ଡି ଙ୍କ ପୁଅ ରାକେଶ କାଣ୍ଡି । ସେ ଗତ ଦୁଇଦିନ ହେବ ଘରେ ଅନୁପସ୍ଥିତ ଥିଲେ । ଆଜି ସ୍ଥାନୀୟ ଲୋକ ରାକେଶଙ୍କ ଝୁଲନ୍ତା ମୃତ ଦେହ ଦେଖିବା ପରେ ପ୍ରଥମେ ତା’ଙ୍କ ପରିବାରକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି । ଓଡ଼ିଶା ସମାଚାର