Thursday , September 28 2023
Home / ବିଶେଷ / ତିନି ନୌସେନା ଯୁଦ୍ଧ ଜାହାଜର ସମରାଭ୍ୟାସ ଦେଖିବେ ୧୪୫ ବିଧାୟକ

ତିନି ନୌସେନା ଯୁଦ୍ଧ ଜାହାଜର ସମରାଭ୍ୟାସ ଦେଖିବେ ୧୪୫ ବିଧାୟକ

ପାରାଦୀପ ୧୯/୧୨/୨୦୨୦(ଓଡ଼ିଶା ସମାଚାର)- ଭାରତୀୟ ନୌସେନାର ସମରାଭ୍ୟାସ ପ୍ରଥମ ଥର ପାଇଁ ଦେଖିବେ ଓଡିଶା ବିଧାନସଭାର ୧୪୫ ବିଧାୟକ । ଏଥି ପାଇଁ ନୌସେନାର ୩ଗୋଟି ଯୁଦ୍ଧ ଜାହାଜ ଆଇ.ଏନ୍.ଏସ୍ ସିବାଲିକ୍  ସହିତ ଅନ୍ୟ ଯୁଦ୍ଧ ଜାହାଜ ସାମିଲ ହେବେ ବୋଲି ଆଇ.ଏନ୍.ଏସ୍. ଚିଲିକା ପକ୍ଷରୁ ସୂଚନା ମିଳିଛି । ଆସନ୍ତା ମଙ୍ଗଳବାର ଦିନ ପାରାଦୀପ ସମୁଦ୍ର କୂଳରୁ ୬୦କି.ମି. ଦୁର ସମୁଦ୍ର ମଧ୍ୟରେ ଭାରତୀୟ ନୌସେନା ତାର ସମରାଭ୍ୟାସ ପ୍ରଦର୍ଶନ କରିବ । ଗଣ ମାଧ୍ୟମର ପ୍ରତିନିଧି ମାନଙ୍କ ନିମନ୍ତେ ଅପରାହ୍ନରେ ୫ନଂ ଗେଟ୍ ମଧ୍ୟରେ ଆଇ.ଏନ୍.ଏସ୍ ଜଲାଶ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଆଇ.ଏନ୍.ଏସ୍. ଚିଲିକା ପକ୍ଷରୁ ସୂଚନା ଦେଇଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *