Saturday , December 4 2021
Home / ବିଶେଷ / ଜାତୀୟ ନାଟ୍ୟ ପ୍ରତିଯୋଗିତା – କାନଫେଷ୍ଟ-୨୦୨୦ ଡ଼ିସେମ୍ବର ୨୦ରୁ ୨୨

ଜାତୀୟ ନାଟ୍ୟ ପ୍ରତିଯୋଗିତା – କାନଫେଷ୍ଟ-୨୦୨୦ ଡ଼ିସେମ୍ବର ୨୦ରୁ ୨୨

ପାରାଦୀପ ୧୯/୧୨/୨୦୨୦(ଓଡ଼ିଶା ସମାଚାର)- ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କାନମାସ ତରଫରୁ ଜାତୀୟ ନାଟ୍ୟ ପ୍ରତିଯୋଗୀତା କାନଫେଷ୍ଟ-୨୦୨୦ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସ୍ଥାନୀୟ ମଧୁବନସ୍ଥିତ ସାଗରୀକା କଳା ନିକେତନର ମୁକ୍ତାକାଶ ରଙ୍ଗମରେ ୨୦ ତାରିଖ ସଂଧ୍ୟ୍ୟାରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଉଦଘାଟନୀ ସନ୍ଧ୍ୟାରେ ଆୟୋଜକ କାନମାସ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ନାଟକ ସ୍ୱୟଂବର ମଂଚସ୍ଥ ହେବ । ସେହିପରି ୨୧ ତାରିଖରେ ବେଙ୍ଗଲି ନାଟକ ସିତାୟନ ଓ ଉଦଯାପନୀ ସନ୍ଧ୍ୟାରେ ଭୋପାଳର ଏକ ରଂଗ କଲଚରାଲ ସୋସାଇଟି ପକ୍ଷରୁ ହିନ୍ଦି ନାଟକ ମଧ୍ୟାନ୍ତର ଅନୁଷ୍ଠିତ ହେବ ବୋଲି ଆୟୋଜକ କାନମାସର ପକ୍ଷରୁ କ୍ୟାପଟେନ୍ ଅତୁଲ୍ୟ ମହାପାତ୍ର ଓ ଶ୍ରୀମନ୍ ନାରାୟଣ ମିଶ୍ର ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *