Tuesday , October 26 2021
Breaking News
Home / ବିଶେଷ / ଗାଡି ସହ ଚୋରଙ୍କୁ ଧରି ପୋଲିସ ଜିମାଦେଲେ ଗାଁ ଲୋକେ

ଗାଡି ସହ ଚୋରଙ୍କୁ ଧରି ପୋଲିସ ଜିମାଦେଲେ ଗାଁ ଲୋକେ

କିଶନନଗର,୧୯/୧୨/୨୦୨୦(ଓଡିଶା ସମାଚାର/ଅଭୟ ଜେନା):କଟକ ଜିଲ୍ଲା  କିଶନନଗର ଥାନା ଅନ୍ତର୍ଗତ ତରିତୋ ଗାଁ ରେ ଛେଳି ଚୋରି କରିବାକୁ ଆସି ଧରାପଡିଲେ ୩ ଜଣ ଚୋର। ଶୁକ୍ରବାର ବିଳମ୍ବିତ ରାତିରେ ତରିତୋ ଗ୍ରାମର ମୀନକେତନ ବେହେରାଙ୍କ ଗୁହାଳଘରୁ ଛେଳି ଚୋରି କରିବା ସମୟରେ,ପରିବାର  ଲୋକେ ଜଣକୁ କାବୁ କରିଥିବା ବେଳେ,  ଅନ୍ୟ ୨ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ହେଲେ ସେ ୨ଜଣଙ୍କୁ ଗାଁ ଲୋକେ ଧରିବା ସହ ଅଟକ ରଖିଥିଲେ। ଏମାନେ  ସାଲେପୁର ମଧ୍ୟକଛ ଗ୍ରାମର ସୁକାନ୍ତ କାଣ୍ଡି, ମୁନା କାଣ୍ଡି, ନଣ୍ଡା କାଣ୍ଡି ବୋଲି ଜଣାପଡିଛି  ।  ସେମାନେ ଚୋରୀ ରେ ବ୍ୟବହାର କରିଥିବା ଗାଡିଟିକୁ ପୋଲିସକୁ ଜିମା ଦେଇଛନ୍ତି ଗ୍ରାମବାସୀ। ଏହି ୩ ଜଣ ଛେଳି ଚୋରକୁ  ନିସ୍ତୁକ ଉତ୍ତମ ମଧ୍ୟମ  ଦେଇ ପୋଲିସକୁ ହସ୍ତାନ୍ତର କରିଥିଲେ ଗାଁ ଲୋକେ  । ଘଟଣା ସ୍ଥଳରେ ପୋଲିସ ପହଂଚି ଛେଳି ଚୋର ମାନଙ୍କୁ ଥାନାକୁ ଆଣି ତଦନ୍ତ ଚଳାଇଛି। ଓଡିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *