Tuesday , October 3 2023
Breaking News
Home / ବିଶେଷ / କୋମଳ ଶିଶୁର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୋମଳ ଶିଶୁର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସାଲେପୁର, ୧୯/୧୨/୨୦୨୦(ଓଡ଼ିଶା ସମାଚାର / ଅଭୟ ଜେନା)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି  ବ୍ଲକ ଅନ୍ତର୍ଗତ କଳମିଶ୍ରୀ    ପଞ୍ଚାୟତ ଦାମୋଦରପୁର ଗ୍ରାମ ର ପ୍ରଫୁଲ  ନାୟକ ଙ୍କ  ଝିଅ ର ପୁଅ  (ନାତି ) ତଥା ଜଗତସିଂହପୁର ଜିଲ୍ଲା  ବିରିଡି  ବ୍ଲକ  ଶଙ୍ଗପୁର ଗ୍ରାମ  କଳନ୍ତିରା ଜୋର କୁଳ ଗ୍ରାମର ଗୌତମ ସ୍ଵାଇଁ ଙ୍କ  ୮ ବର୍ଷ ବୟସ ର ପୁଅ ଜନ୍ମରୁ ତାଙ୍କର ନାଭି ପାଖରେ ବିକୃତ ଯୌନାଙ୍ଗ ଥିବା ବେଳେ ଅନବରତ ପରିଶ୍ରା ବାହାରୁଛି । ଗୌତମ ପୁଅକୁ ଚିକିତ୍ସା କରିବା ପାଇଁ  କଟକ ଶିଶୁଭବନର ଡାକ୍ତରଖାନାରେ ଦେଖାଇଥିଲେ ମଧ୍ୟ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା କରିପାରିନଥିଲେ । ଡାକ୍ତର ଙ୍କ କହିବା ଅନୁସାରେ ଅପରେସନ  ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବା ବେଳେ ନିଜର ଆର୍ଥିକ ସ୍ଥିତି ଖରାପ ଥିବାରୁ ତଥା ,ପିଲା ର ମା ର ବାପ ଘର ପରିସ୍ଥିତି ଖରାପ ଥିବାରୁ , ଶେଷରେ ରେ ନିରାଶ ହୋଇ ଗଣମାଧ୍ୟମ ଦ୍ବାରା ରାଜ୍ୟ ସରକାରଙ୍କୁ ଓ ବିଭିନ୍ନ ସ୍ବେଛାସେବୀ ସଂଗଠନକୁ ସାହାଯ୍ୟ ପାଇଁ   ଆକୁଳ ନିବେଦନ କରିଛନ୍ତି । ଯଦି କୌଣସି  ବଦାନ୍ୟ ବ୍ୟକ୍ତି ସାହାଯ୍ୟ ର ହାତ ବଢ଼ାନ୍ତି ତାହାଲେ ସେ ଏକ ନୂଆ ଜୀବନ ପାଇପାରନ୍ତା ବୋଲି  ପିଲାର  ମା ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *