Thursday , October 6 2022
Breaking News
Home / ସ୍ୱାସ୍ଥ୍ୟ / କୋଭିଡ୍ ଟୀକାକରଣ ପାଇଁ ଟାକ୍ସ ଫୋର୍ସ ଗଠିତ  

କୋଭିଡ୍ ଟୀକାକରଣ ପାଇଁ ଟାକ୍ସ ଫୋର୍ସ ଗଠିତ  

ଗରଦପୁର ୧୯/୧୨/୨୦୨୦(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅଂଚଳରେ କୋଭିଡ୍ ଟୀକାକରଣ କରାଯିବା ପାଇଁ ବ୍ଲକ ସ୍ତରୀୟ ଏକ ଟାକ୍ସ ଫୋର୍ସ ବୈଠକ ପାଟକୁରା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହରେ ଗତକାଲି ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକରେ ପାଟକୁରା ମେଡିକାଲର ମୂଖ୍ୟ ଚିକିତ୍ସକ  ଡାକ୍ତର ହିମାଂଶୁ ଭୁଷଣ ଷଢଙ୍ଗି , ଗରଦପୁର ବ୍ଲକ ବିଡିଓ ରଞ୍ଜିତ୍ କୁମାର ମଲ୍ଲିକ ଓ ଗରଦପୁର ତହସିଲଦାର ଧରଣୀଧର  ବେହେରା ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ସୁପରଭାଇଜର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଗରଦପୁର ବ୍ଲକ ଅଧିନସ୍ଥ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀ  ଏବଂ ବ୍ଲକ ଅଂଚଳରେ ରହିଥିବା ୧୩୮ଗୋଟି ଗ୍ରାମରେ ସମନ୍ୱିତ ଶିଶୁ ବିକାଶ ବିଭାଗରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀ ମାନଙ୍କୁ ନେଇ  ମୋଟ ୬୦୫ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକାକରଣ କରାଯିବ ବୋଲି ଡାକ୍ତର ହିମାଂଶୁ ଭୂଷଣ ଷଢଙ୍ଗି ସୂଚନା ପ୍ରଦାନ କରିଥିଲେ । ଏଥି ପାଇଁ ଗରଦପୁର ବ୍ଳକର ମୋଟ ୮୧ ଗୋଟି ବିଦ୍ୟାଳୟକୁ ଭ୍ୟାକ୍ସିନ୍ କେନ୍ଦ୍ର ଭାବରେ ବ୍ୟବହାର କରାଯିବା ସମ୍ପର୍କରେ ବୈଠକରେ ଆଲୋଚନା  କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.