Wednesday , January 26 2022
Breaking News
Home / ରାଜନୀତି / କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବାକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର ଦାବି

କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବାକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର ଦାବି

ଭୁବନେଶ୍ୱର, ୧୯/୧୨/୨୦୨୦ (ଓଡ଼ିଶା ସମାଚାର)- ଓଡ଼ିଶା ରାଜ୍ୟ ଭିତରେ ଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଭିନ୍ନ ନିଗମ, ବନ୍ଦର, ବୋର୍ଡ଼, ବ୍ୟାଙ୍କ, ବୀମା ଓ ସ୍ୱୟଂ ଶାସିତ ଅନୁଷ୍ଠାନ ଗୁଡ଼ିକର କାର୍ଯ୍ୟ ଇଂରାଜୀ ଓ ହିନ୍ଦୀ ଭାଷା ସହିତ ଓଡ଼ିଆ ଭାଷାରେ ମଧ୍ୟ କରିବାକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ପକ୍ଷରୁ ଦାବି କରାଯାଇଛି । ଏତଦବ୍ୟତୀତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ପାଇଁ ଓଡ଼ିଶା ଦିବସ, ଓଡ଼ିଆ ଭାଷା ସାପ୍ତାହ / ପକ୍ଷ ପାଳନ କରିବାକୁ ଓଡ଼ିଶାରେ ଥିବା ବିଭିନ୍ନ କେନ୍ଦ୍ର ସରକାରୀ ଅଫିସ୍ ଓ କେନ୍ଦ୍ର ସରକାରଙ୍କ ପରିଚାଳିତ ବା ଅଧିନସ୍ଥ ଅନୁଷ୍ଠାନର କର୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପଂଚାୟତ ରଣଭୂମି . . ମଇଦାନରୁ ୩୭ ପୁରୁଣା ମୁହଁ ବାଦ୍

ଗରଦପୁର, ୨୫/୧/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଜାରି ରହିଛି । ଆଜି ପ୍ରାର୍ଥିପତ୍ର …

Leave a Reply

Your email address will not be published. Required fields are marked *