ଭୁବନ,୧୮/୧୨/୨୦୨୦(ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ଓା୍ୱର୍ଡ ଟୋଲଙ୍କବେରେଣୀ ଓ ଗଡଗଁପୁର ମୌଜାର ସର୍ବସାଧାରଣ ରାସ୍ତା ଜବରଦଖଲ ମୁକ୍ତ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି । ମନୋଜ ପୋଥାଳ,ଗଙ୍ଗାଧର ମଲ୍ଲିକ,ବନମାଳି ପାତ୍ର,ଚକ୍ରଧର ସାହୁ,ଲୁଲୁ ସାହୁ,ସତ୍ୟବ୍ରତ ସାହୁ,ରୋହିତ ମଲ୍ଲିକ,ରବି ମଲ୍ଲିକ ପ୍ରମୁଖ ଶତାଧିକ ବ୍ୟକ୍ତିଙ୍କ ସ୍ୱାକ୍ଷରରେ ତହସିଲଦାର,ଏନଏସି ନିର୍ବାହୀ ଅଧିକାରୀ,ଉପଜିଲ୍ଲାପାଳ,ଜିଲ୍ଲାପାଳ ଙ୍କ ନିକଟକୁ ପ୍ରେରଣ କରାଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି ଯେ,କାଠି ସାହୁ ଙ୍କ ଘର ଠାରୁ ଭୋଳେଶ୍ୱର ସାହୁଙ୍କ ଘର ପର୍ଯ୍ୟନ୍ତ ସର୍ବସାଧାରଣ ରାସ୍ତା ବେଆଇନ ଜବରଦଖଲ କାରଣରୁ ଦିନକୁ ଦିନ ସଙ୍କୁଚିତ ହୋଇଯାଉଛି । ଜନୈକ ବ୍ୟକ୍ତି ସର୍ବସାଧାରଣ ରାସ୍ତା ଉପରେ ପାଇଖାନା ଗୃହ ନିର୍ମାଣ କରିବା ସହିତ ପାଇଖାନା ଟାଙ୍କି ଓ ଗୁହାଳ ନିର୍ମାଣ କରିଛନ୍ତି । ସେ ସର୍ବଦା ରାସ୍ତା ଉପରକୁ ମଇଳା ପାଣି ଛାଡୁଥିବାରୁ ରାସ୍ତାରେ ଅନବରତ ମଇଳା ପାଣିର ସୁଅ ଚାଲିଛି । ଖରା ଓ ଶୀତ ଦିନେ ଏହି ରାସ୍ତାରେ ପାଣି କାଦୁଅ ଭର୍ତି ହେଉଛି । ଏଥିପାଇଁ ଯାତାୟତରେ ସମସ୍ୟା ଉପୁଜୁଛି । ତହସିଲଦାର ପ୍ରଭାସ କୁମାର ବେହୁରା ଚିଠି ନଂ-୩୬୭୪ ତା୧୮.୧୨.୨୦୨୦ ରେ ଭୁବନ ଓ ବାଲିବୋ ରାଜସ୍ୱ ନୀରିକ୍ଷକ ଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି । ଓଡ଼ିଶା ସମାଚାର