Wednesday , October 20 2021
Breaking News
Home / ବିଶେଷ /   ‘ସମ୍ମାନର ସହ କାର୍ଯ୍ୟ’ –  ଗାଁ ଠାକୁରାଣୀଙ୍କ ପୋଖରୀକୁ ଦଳ ସଫେଇ କଲେ ଗ୍ରାମର ଯୁବକମାନେ 

  ‘ସମ୍ମାନର ସହ କାର୍ଯ୍ୟ’ –  ଗାଁ ଠାକୁରାଣୀଙ୍କ ପୋଖରୀକୁ ଦଳ ସଫେଇ କଲେ ଗ୍ରାମର ଯୁବକମାନେ 

କେନ୍ଦ୍ରାପଡ଼ା , ୧୮/୧୨/୨୦୨୦(ଓଡ଼ିଶା ସମାଚାର)-ଦୀର୍ଘ ଦିନରୁ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଗାଁର ଠାକୁରାଣୀଙ୍କ ପୋଖରୀକୁ ଦଳ ସଫେଇ କରି ପରିଷ୍କାର କଲେ ଗ୍ରାମର ଯୁବକମାନେ । ପ୍ରକାଶ ଯେ,ପାଟକୁରା ପଂଚାୟତ ଅନ୍ତର୍ଗତ ଯମୁନାବାଦ ଗ୍ରାମର ଗାଁ  ଠାକୁରାଣୀ ବଜ୍ରମହାକାଳୀଙ୍କ ପୋଖରୀରେ ଦଳ ଭର୍ତି ହୋଇ ରହିଥିଲା । ପୋଖରୀ ହୁଡାର ଚତୁଃ ପାଶ୍ୱର୍ରେ ଅନାବନା ଗଛ ଓ ବିଭିନ୍ନ ଲଟା ଗଛରେ ପରିପୂର୍ଣ୍ଣ ରହିଥିଲା । ଦଳ ଭର୍ତି ହୋଇ ପରିତ୍ୟକ୍ତ ଅବସ୍ଥାରେ ରହିଥିବା  ପୋଖରୀ ଓ ହୁଡାରେ ରହିଥିବା ଅନାବନା ଲଟାଗଛ ଯୋଗୁଁ ବିଷଧର ସର୍ପମାନଙ୍କର ଭୟ ମଧ୍ୟ ରହୁଥିଲା । ସ୍ୱେଛାସେବୀ ଅନୁଷ୍ଠାନ ‘ଗୁଞ୍ଜ’ ଓ ‘ଶାନ୍ତି ମୈତ୍ରୀ’ର ମିଳିତ ଉଦ୍ୟମକ୍ରମେ ‘ସମ୍ମାନର ସହ କାର୍ଯ୍ୟ ଯୋଜନା’ରେ ଗ୍ରାମର ୧୨ଜଣ ଯୁବକ ଏହି ପୋଖରୀରୁ ଦଳ ସଫେଇ କରିବା ସହିତ ପୋଖରୀ ହୁଡାରେ ରହିଥିବା ଅନାବନା ଗଛ ଓ ଲଟାଗଛ ଗୁଡିକୁ କାଟି ପରିଷ୍କାର କରିଥିଲେ । ଆଜି ପୂର୍ବାହ୍ନରେ ଯମୁନାବାଦ ଗ୍ରାମର ବଜ୍ରମହାକାଳୀ ଠାକୁରାଣୀଙ୍କ ମନ୍ଦିର ନିକଟରେ ‘ଶାନ୍ତି ମୈତ୍ରୀ’ସ୍ୱେଛାସେବୀ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଭଗବାନ ଜେନାଙ୍କ ଆବାହକତ୍ୱରେ ଅନୁଷ୍ଟିତ କିଟ୍‌ସ ବଂଟନ କାର୍ଯ୍ୟକ୍ରମରେ ଗରଦପୁର ବ୍ଲକର ବିଡିଓ ରଞ୍ଜିତ୍ କୁମାର ମଲ୍ଲିକ୍ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍ୱେଛାସେବୀ ଅନୁଷ୍ଠାର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସଫେଇ କାର୍ଯ୍ୟ କରିଥିବା୧୨ଜଣ  ସ୍ୱେଛାସେବୀଙ୍କୁ ଗୋଟିଏ ଲେଖାଏଁ ଫାମିଲ୍ କିଟ୍‌ସ ବଂଟନ କରିଥିଲେ । ‘ଗୁଞ୍ଜ’ ସ୍ୱେଛାସେବୀ ଅନୁଷ୍ଠାନର ଓଡିଶା  ଓ ଝାଡଖଣ୍ଡ ରାଜ୍ୟର ମୂଖ୍ୟ ସୁରେଶ କୁମାର ଉପସ୍ଥିତ ରହି ପୋଖରୀ  ଓ ହୁଡା ସଫେଇ କାର୍ଯ୍ୟ କରିଥିବା ଗ୍ରାମର ଯୁବକମାନଙ୍କୁ ପ୍ରଶଂସା କରିବା ସହିତ ଗୁଞ୍ଜ ସ୍ୱେଛାସେବୀ ଅନୁଷ୍ଠାନର ଲକ୍ଷ୍ୟ ସମ୍ପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ୍ କୁମାର ବେହେରା,ଶୁକଦେବ ସାମଲ,ବସନ୍ତ କୁମାର ବେହେରାଙ୍କ ସହଯୋଗରେ ପୋଖରୀ ସଫେଇ କାର୍ଯ୍ୟ କରିଥିବା ଗ୍ରାମର ରବିନ୍ଦ୍ର କୁମାର ପ୍ରଧାନ,ଉମାକାନ୍ତ ମହାନ୍ତି,ମନୋଜ କୁମାର ସାମଲ,ତୋଫାନ୍ ମହାନ୍ତି,ରାଜା ମହାନ୍ତି,ଘନଶ୍ୟାମ ମହାନ୍ତି,ରଞ୍ଜନ କୁମାର ପ୍ରଧାନ ଓ କାର୍ତିକ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଯୁବକମାନଙ୍କ ସହିତ ଗ୍ରାମର ଲୋକମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ – ୭୧ ଜଣ ଶିଶୁ ସଂକ୍ରମିତ – ୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦/୧୦/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *