Thursday , September 29 2022
Breaking News
Home / ବିଶେଷ / ଶ୍ରୀ ସାଇ ସତଚରିତ କ୍ୱିଜ ପ୍ରତିଯୋଗୀତାର ପୁରସ୍କାର ବିତରଣ 

ଶ୍ରୀ ସାଇ ସତଚରିତ କ୍ୱିଜ ପ୍ରତିଯୋଗୀତାର ପୁରସ୍କାର ବିତରଣ 

କେନ୍ଦ୍ରାପଡ଼ା, ୧୮/୧୨/୨୦୨୦(ଓଡ଼ିଶା ସମାଚାର)- କରୋନା କଟକଣା ଯୋଗୁ ଘରେ ଗୃହ ବନ୍ଦୀ ଅବସ୍ଥାରେ ରହିଥିବା ପିଲା ମାନଙ୍କ ମନରେ ଆଧ୍ୟାତ୍ମିକ ଚେତନା ବଜାୟ ରଖିବା ପାଇଁ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ , ବସନ୍ତପୁର ଓ ସାଇ କୃପା ଏଜୁକେସନାଲ ଆଣ୍ଡ ସୋସିଆଲ ଚାରିଟେବୁଲ ଟ୍ରଷ୍ଟର ମିଳିତ ଉଦ୍ୟମରେ ଅନଲାଇନ୍ ମାଧ୍ୟମରେ ଏକ ଜାତୀୟ ସ୍ତରୀୟ ଶ୍ରୀ ସାଇ ସତଚରିତ କ୍ୱିଜ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗୀତାରେ ଜଗତସିଂହପୁରର ସିଆରକେ ହାଇସ୍କୁଲ ର ୧୧ଦଶ ଶ୍ରେଣୀର ଛାତ୍ରୀ ମନଶ୍ୱନୀ ସ୍ୱାଇଁ ସିନିୟର ଗୃପ୍ ରେ ଅଂଶ ଗ୍ରହଣ କରିଥିବାରୁ ଉଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ସ୍ୱାକ୍ଷରିତ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । କରୋନା କଟକଣା ଯୋଗୁ ଉକ୍ତ ପ୍ରତିଯୋଗୀ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନଥିବାରୁ ମନ୍ତ୍ରୀ ଡ଼ ସାହୁ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.