Monday , October 3 2022
Breaking News
Home / ତାଜା ଖବର / ଯାତ୍ରୀବାହିଁ ବସ ଦୁର୍ଘଟଣା ଗ୍ରସ୍ତ – ୨୫ଆହତ, ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ

ଯାତ୍ରୀବାହିଁ ବସ ଦୁର୍ଘଟଣା ଗ୍ରସ୍ତ – ୨୫ଆହତ, ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ

ଫୁଲବାଣୀ,୧୮/୧୨/୨୦୨୦(ଓଡ଼ିଶା ସମାଚାର / କିଶୋର ସାହୁ)-କନ୍ଧମାଳ ସଙ୍କରାଖୋଲ କଇଝର ଠାରୁ ଭୁବନେଶ୍ୱର ଯାଉଥିବା ରାଜା ନାମକ ଓଡ଼ି୨୫ ସି ୭୯୯୯ ନମ୍ବର ବସ ଟି ଖଜୁରୀପଡା ଗାଡ଼ିଆପଡା ଘାଟି ଠାରେ ବ୍ରେକ ଫେଲ ହୋଇ ଭାରସାମ୍ୟ ହରାଇ ଗତକାଲି ରାତି ପ୍ରାୟ ୧୨ ଟା ସମୟ ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସ ଭିତରେ ଥିବା ପ୍ରାୟ ୪୦ ରୁ ୪୫ ଜଣ ଯାତ୍ରୀ ଙ୍କ ମଧ୍ୟରୁ ୩୦ ଜଣ ଗୁରୁତର ଆହତ ହୋଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ରାଜା ନାମକ ଏହି ଘରୋଇ ଯାତ୍ରୀବାହି ବସ ଟି ସବୁଦିନ ପରି ଗତ କାଲି ମଧ୍ୟ ଫୁଲବାଣୀରୁ ଭୁବନେଶ୍ୱର ଯାଉଥିବା ସମୟରେ ଖଜୁରୀପଡା ଥାନା ଗାଡ଼ିଆ ପଡା ଘାଟିର ଶେଷ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା. । ବସ ରେ ପ୍ରାୟ ୪୦ ରୁ ୪୫ ଜଣ ଯାତ୍ରୀ ଥିବା ବେଲେ ସେମାନଙ୍କ ମଧ୍ୟରୁ ୨୦ ରୁ ୨୫ ଜଣ ଯାତ୍ରୀ ଆହତ ହୋଇ ଥିବା ବେଳେ ସେମାନଙ୍କୁ ଫୁଲବାଣୀ ସଦର ମୁହକୁମା ଡାକ୍ତର ଖାନରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି. । ସେମାନଙ୍କ ମଧ୍ୟ ରୁ ୫ ଜଣ ଯାତ୍ରୀ ଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମହପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.