Tuesday , October 26 2021
Breaking News
Home / ବିଶେଷ / ପାରାଦୀପ କୋଷ୍ଟାଲ ଡିଷ୍ଟି୍ରବୁଟର ଆସୋସିଏସନ୍ ତରଫରୁ ଜରାନିବାସକୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ

ପାରାଦୀପ କୋଷ୍ଟାଲ ଡିଷ୍ଟି୍ରବୁଟର ଆସୋସିଏସନ୍ ତରଫରୁ ଜରାନିବାସକୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ

ପାରାଦୀପ ୧୮/୧୨/୨୦୨୦(ଓଡ଼ିଶା ସମାଚାର)- ପାରାଦୀପ ନିକଟସ୍ଥ ସନ୍ତୋଷୀ ନଗରରେ ଥିବା ରତ୍ନମାଳୀଜେମା ଜରାନିବାସ ଅନ୍ତେବାସୀଙ୍କ ନିମନ୍ତେ ପାରାଦୀପ କୋଷ୍ଟାଲ ଡିଷ୍ଟି୍ରବୁଟର ଆସୋସିଏସନ ୍ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧିର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ଯୋଗ ଦେଇଥିଲେ । ପାରାଦୀପ କୋଷ୍ଟାଲ ଡିଷ୍ଟି୍ରବୁଟର ସଂଗଠନର ସଭାପତି ତୁଷାରକାନ୍ତ ପରିଡାଙ୍କ ତତ୍ୱାବଧାନରେ ସନ୍ତୋଷୀ ନଗରରେ ଥିବା ରତ୍ନମାଳୀଜେମା ଜରାନିବାସକୁ ୩୫ଟି ଚେୟାର, ଇନଭଟର, ୱାଟର ଫିଲଟର ସମେତ ଏକ ମଙ୍କସର ଖାଦ୍ୟ ସାମଗ୍ରୀ, ବାଥରୁମ କବାଟ ଇତ୍ୟାଦି ଅତ୍ୟାବଶକ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି ଅବସରରେ ସଂଗଠନର କାର୍ଯ୍ୟକାରୀ ସଭାପତି ପ୍ରକାଶଚନ୍ଦ୍ର ମହାନ୍ତି, ସଂପାଦକ ପ୍ରଦୀପ ସ୍ୱାଇଁ ପ୍ରମୁଖ ଏ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନ ର ବହୁ ସଦସ୍ୟଙ୍କ ସମେତ ଜରାନିବାସର ବୃଦ୍ଧ, ମହିଳା ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡଃ. ଧିର ନିଜ ବକ୍ତବ୍ୟରେ ଜରାନିବାସର ଅନ୍ତେବାସୀଙ୍କ ପାଇଁ ସହଯୋଗ ପାଇଁ ପ୍ରତିଶୃତି ଦେଇଥିବାବେଳେ ସମ୍ମାନୀତ ଅତିଥି ଶ୍ରୀ ବିଶ୍ୱାଳ ସହଯୋଗର ହାତ ବଢାଇବାକୁ ସ୍ୱିକୃତି ଦେଇଥିଲେ । ଏହି କାର୍ଯକ୍ରମରେ କୋଭିଡ ନିୟମାବଳୀକୁ ଅନୁସରଣକରି ଆୟୋଜନ କରାଯାଇଥିଲା । ସୂଚନା ଥାଉକି, ପାରାଦୀପ କୋଷ୍ଟାଲ ଡିଷ୍ଟି୍ରବୁଟର ଆସୋସିଏସନ୍ ନିଜର ବ୍ୟବସାୟ ବ୍ୟତିତ ବିଭିନ୍ନ ଦୁର୍ବିପାକ ସମୟରେ ସର୍ବଦା ସହଯୋଗର ହାତ ବଢାଇଥାଏ । ଚଳିତ କୋରନା ମହାମାରୀ ସମୟରେ ଜରୁରୀ ଖାଦ୍ୟ ସାମଗ୍ରୀର ଅଭାବକୁ ଦୂରକରି ସହରବାସୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇଥିଲା । ତେବେ ସଂଘ ନିୟମିତ ଭାବେ ଏହିପରି କାର୍ଯ୍ୟକ୍ରମ ଜାରୀ ରଖିବ ବୋଲି କାର୍ଯ୍ୟକାରୀ ସଭାପତି ପ୍ରକାଶଚନ୍ଦ୍ର ମହାନ୍ତିଙ୍କ ଠାରୁ ପ୍ରକାଶ । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *