କେନ୍ଦ୍ରାପଡା, ୧୮/୧୨/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଗରଦପୁର ବ୍ଲକ୍ ଅଂଚଳର ଆଧ୍ୟାତ୍ମିକ ପ୍ରାଣ କେନ୍ଦ୍ର ଶ୍ରୀ ଶ୍ରୀ ବ୍ରଜ ଗଦାଧର ଗୋସ୍ୱାମୀ ପର୍ଯ୍ୟଟନସ୍ଥଳୀକୁ ଯାତାୟତ ପାଇଁ ଥିବା ନଦୀବନ୍ଧ ରାସ୍ତା ମରଣ ଯନ୍ତା ପାଲଟିଛି । କେଳାଗଡ଼ା ଠାରୁ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟନ୍ତ ଓ କୋରୁଆ ସରକାରୀ ହାଇସ୍କୁଲ ଛକ ଠାରୁ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟନ୍ତ ରାସ୍ତାକୁ ସମେଂଟ କଂକ୍ରିଟ ରାସ୍ତା ନିର୍ମାଣ ନିମନ୍ତେ , ନଦୀଗଡ଼ା ପାଖରେ ଏକ କଲଭଟ ନିର୍ମାଣ ଓ ପର୍ଯ୍ୟଟନସ୍ଥଳୀର ସୁରକ୍ଷା ପାଇଁ ନଦୀ ପାଶ୍ୱର୍ରେ ପଥର ବୁରୁଜ ନିର୍ମାଣ ନିମନ୍ତେ ଜିଲା ପରିଷଦ ସଦସ୍ୟ ସନ୍ତୋଷ ଜେନାଙ୍କ ନେତୃତ୍ୱରେ ଆଜି ଆମରଣ ଅନଶନ ଆରମ୍ଭ ହୋଇଥିଲା । ଘଟଣାସ୍ଥଳରେ ଜଳସମ୍ପଦ ବିଭାଗ ନର୍ଥ ଡ଼ିଭିଜନର ନିର୍ବାହୀ ଯନ୍ତ୍ରୀ ଅମରେନ୍ଦ୍ର କୁମାର ମହାପାତ୍ର , ଏସଡ଼ିଓ ମନୋଜ କୁମାର ବେହେରା ପହଂଚି ଅନଶନକାରୀ ମାନଙ୍କୁ ଭେଟି ଦାବି ପୂରଣ ନିମନ୍ତେ ଦୃଢ଼ ପ୍ରତିଶୃତି ପ୍ରଦାନ କରିଥିଲେ । ବିଭାଗୀୟ ଅଧିକାରୀଙ୍କ ଠାରୁ ପ୍ରତିଶୃତି ପାଇବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା । ଏହି ଅମରଣ ଅନଶନରେ ଅନ୍ୟମାନଙ୍କ ମଧ୍ୟରେ ସାନଅଢ଼ଙ୍ଗା ପଂଚାୟତର ଅବସରପ୍ରାପ୍ତ ସେନା ଅଧିକାରୀ ନୟନ ବଲଭ ନାୟକ, ସମିତି ସଭ୍ୟ ନୃସିଂହ ପ୍ରସାଦ ଦାସ, ନାରୀନେତ୍ରୀ ମନସ୍ୱିନୀ ଜେନା,ଇନ୍ଦୁପ୍ରଭା ଦାସ, ସନାତନ ଦାସ, ପ୍ରଶାନ୍ତ କୁମାର ସିଂ, ଉମାକାନ୍ତ ଜେନା,ରବିନ୍ଦ୍ର ଦାସ, ଯୁଧିଷ୍ଠିର ସ୍ୱାଇଁ, ବରଦା ପ୍ରସାଦ କର , ନୃସିଂହ ମହାପାତ୍ର, ଅରୁଣ ନାୟକ , ଗୋଲକ ବିହାରୀ ସାହୁ, ନରହରୀ ଜେନା,ରସାନନ୍ଦ ବେେଉରା, ପବିତ୍ର ମଳିକ, ଅଜୟ ମହାପାତ୍ର, ବିଜୟ ସାମଲ, ରବିନ୍ଦ୍ର କୁମାର ମହାନ୍ତି , ବାବାଜୀ ମଲିକ, ପ୍ରଶଠାନ୍ତ ଆଚାର୍ଯ୍ୟ, ଉତମ ଚରଣ ସ୍ୱାଇଁ, ପ୍ରହଲାଦ ମହାନ୍ତି, ସୁଧିର ମହାନ୍ତି ପ୍ରମୁଖ ଅନଶନରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର