Sunday , October 1 2023
Home / ବିଶେଷ / କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ପରିମଳ ଓ  ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର 

କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ପରିମଳ ଓ  ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର 

କେନ୍ଦ୍ରାପଡା, ୧୮/୧୨/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ପରିମଳ ଓ ବର୍ଯ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଟାଉନହଲ ପରିସରରେ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ସହକାରୀ ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ପୈାରସଂସ୍ଥାର ପ୍ରଶିକ୍ଷାର୍ଥୀମାନଙ୍କୁ ପରିମଳ ଓ ବର୍ଯ୍ୟବସ୍ତୁ ପରିଚାଳନାରେ କେନ୍ଦ୍ରାପଡା ପୈାରସଂସ୍ଥାକୁ ରାଜ୍ୟର ଏକନମ୍ବର ପୈାରସଂସ୍ଥା ଭାବରେ ଗଢିତୋଳିବାକୁ ସମସ୍ତ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସଫଳ ଭାବରେ ପ୍ରଶିକ୍ଷଣ ପ୍ରାପ୍ତ ହୋଇଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ବିଧାୟକ ଶ୍ରୀ ବେହେରା ପ୍ରମାଣପତ୍ର ପ୍ରଦାନ କରିଥିଲେ । ପୈାରକର୍ମଚାରୀ ଭୂବନମୋହନ କାନୁନଗୋ, ଅଶୋକ କୁମାର ସାହୁ, ମନୋରଞ୍ଜନ ଦାସ, ଗଣେଶ ଚନ୍ଦ୍ର ପାତ୍ର , ସୁଚିସ୍ମିତା ଜେନା, ତପସ୍ୱିନୀ ଦାସ ପ୍ରମୁଖ ଶିବିର ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *