କଟକ, ୧୮/୧୨/୨୦୨୦(ଓଡ଼ିଶା ସମାଚାର / ଦେବାଶିଷ ରଥ)- କଟକ ସହରର ବିଡ଼ାନାସୀ ଥାନା ଅନ୍ତର୍ଗତ ସେଲ୍ଟର ଛକସ୍ଥିତ ଷ୍ଟେଟ୍ ବ୍ୟାଙ୍କ କଲୋନୀର ସି ୩ / ୩ ନମ୍ବର ବନ୍ଦ ଘର ଭିତରୁ ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଘର ଭିତରେ ମା’ର ମୃତ ଦେହ ଝୁଲନ୍ତା ଅବସ୍ଥାରେ ରହିଥିବାବେଳେ ୭ ମାସର ଝିଅର କ୍ଷତାକ୍ତ ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଥିବା ସୂଚନା ମିଳିଛି । ମା’ ଓ ଝିଅଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ବିଡ଼ାନାସୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଡ଼ାନାସୀ ଥାନା ଆଇଆଇସି ଲକ୍ଷ୍ମୀନାରାୟଣ ତିୱାରୀ ସାଇଂଟିଫିକ୍ ଟିମ୍ ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତ ମହିଳା ହେଉଛନ୍ତି ବନସ୍ମିତା ଓଝା । ସେ ଜଣେ ବ୍ୟାଙ୍କ କର୍ମଚାରୀ । ଘରେ ସ୍ୱାମୀ ନଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଛି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି , ତାହା ବର୍ତମାନ ଅସ୍ପଷ୍ଟ ରହିଛି । ଓଡ଼ିଶା ସମାଚାର