Saturday , December 4 2021
Home / ବିଶେଷ / ଅନନ୍ତ ତୁଳସୀ ପରିବେଶ ସୁରକ୍ଷା ପରିଷଦ ପକ୍ଷରୁ ବଳଦେବଜୀଉ ମନ୍ଦିର ପରିସର ସଫେଇ 

ଅନନ୍ତ ତୁଳସୀ ପରିବେଶ ସୁରକ୍ଷା ପରିଷଦ ପକ୍ଷରୁ ବଳଦେବଜୀଉ ମନ୍ଦିର ପରିସର ସଫେଇ 

କେନ୍ଦ୍ରାପଡା, ୧୮/୧୨/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଖଡ଼ସ୍ଥିତ ସାମଜିକ ଅନୁଷ୍ଠାନ ଅନନ୍ତ ତୁଳସୀ ପରିବେଶ ସୁରକ୍ଷା ପରିଷଦ ତରଫରୁ ଆଜି ଗରଦପୁର ବଳଦେବଜୀଉ ମନ୍ଦିର ପରିସରକୁ ସଫେଇ କରାଯାଇଛି । ପରିଷଦର ଅଧ୍ୟକ୍ଷ ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସଫେଇ କାର୍ଯ୍ୟକ୍ରମରେ  ପରିଷଦର ସମ୍ପାଦକ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଣ୍ଡା,  ସଂଯୋଜକ ନବଘନ ନାୟକ , ଦେବଗୁରୁ ଦେବ କୁମାର ପାଣି , ଗୀତି କବି କୁଂଜ ବିହାରୀ ପାଣି, ମୁରବି ପରିକ୍ଷୀତ ଦାଶ, ପ୍ରକୃତି ବନ୍ଧୁ ଉଦୟନାଥ ଚୌଧୁରୀ, ସମାଜ ସେବୀ ଅରୁଣ କୁମାର ପଣ୍ଡା, ଶିଶିର କୁମାର ପରିଡ଼ା, ସୂଚନା ଅଧିକାର କର୍ମୀ ପବିତ୍ର କୁମାର ପାଣି , ପୂର୍ବତନ ଜିଲା ପରିଷଦ ସଦସ୍ୟ ନିତ୍ୟାନନ୍ଦ ପଣ୍ଡା,ନୀଳମଣି ଭୋଇ, ଆଲୋକ ପଣ୍ଡା,ଓପଲଫେଡ଼ ଡ଼ାଇରେକ୍ଟର ଘନଶ୍ୟମ କାପ , ସୁରେଶ ବେହେରା,ଗାଳ୍ପିକ ନରୋତମ ପରିଡ଼ା, ଶିକ୍ଷକ ଦିବାକର ରାଉତ,ସୁରେଶ ଦାଶ,ପାର୍ଥ ସେଠୀ, ଯୁବ ସମାଜ ଦେବୀ ସିଦ୍ଧାର୍ଥ ଶଙ୍କର ରାୟ ପ୍ରମୁଖ ଯୋଗଦେଇ ସଫେଇ କାର୍ଯ୍ୟ କରିଥିଲେ । ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସର , କେଇଲି ବୈକୁଂଠ, ଭୋଗ ମଣ୍ଡପ ନିକଟ ଆଦି ସ୍ଥାନକୁ ସଦସ୍ୟମାନେ ସଫା ସୁତୁରା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *