Friday , September 29 2023
Breaking News
Home / ତାଜା ଖବର / ୮୫ହଜାର ଟଙ୍କାର ଜାଲ୍ ନୋଟ୍ ଜବତ – ୨ ଗିରଫ

୮୫ହଜାର ଟଙ୍କାର ଜାଲ୍ ନୋଟ୍ ଜବତ – ୨ ଗିରଫ

ବାରିପଦା ୧୭/୧୨/୨୦୨୦(ଓଡ଼ିଶା ସମାଚାର)- ବାରିପଦା ଟାଉନ ଥାନା ପୋଲିସ ଜାଲ୍ ନୋଟ୍ କାରବାର କରୁଥିବା ୨ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କଠାରୁ ୮୫ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରିଛି । ଅଭିଯୁକ୍ତ ବ୍ୟବହାର କରୁଥିବା ୨ଟି ମୋବାଇଲ ଫୋନ୍ ଓ ପଲସର ଗାଡିକୁ ମଧ୍ୟ ଜବତ କରାଯାଇଛି । ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଆରକ୍ଷୀ ଅଧୀକ୍ଷକ ସ୍ମିତ ପି.ପରାମରଙ୍କ ନେତୃତ୍ବରେ ଏକ ଟିମ୍ ଗଠନ ହୋଇଥିଲା । ବୁଧବାର ବିଳମ୍ବିତ ରାତିରେ ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତିଙ୍କ ସହ ସ୍ପେଶାଲ ସ୍କ୍ବାଡ୍, ବାରିପଦା ଅଞ୍ଚଳରେ ଜାଲ୍ ନୋଟ୍ କାରବାର କରୁଥିବା ୨ ଅଭିଯୁକ୍ତ ରାସବିହାରୀ ରଣା ଓ ରାଖହରି ରଣାଙ୍କୁ ଗିରଫ କରିଛି । ଏହା ସହିତ ଜାଲ୍ ନୋଟ୍ କାରବାର ପଛରେ ଥିବା ମାଷ୍ଟର ମାଇଣ୍ଡକୁ ଖୋଜା ଚାଲିଛି । ଜବତ ହୋଇଥିବା ମୋଟ ୮୫ ହଜାର ଟଙ୍କା ମଧ୍ୟରୁ ପାଞ୍ଚ ଶହ ଟଙ୍କିଆ ୧୧୦ ଖଣ୍ଡ ଓ ଏକ ଶହ ଟଙ୍କିଆ ତିନି ଶହ ଖଣ୍ଡ ରହିଛି ।
ସୂଚନା ଅନୁଯାୟୀ, ଅନୁଗୁଳ ହେମସୁରପଡ଼ାର ମାନିନୀ ପ୍ରଧାନ ବାରିପଦା ଟାଉନ୍ ଥାନାକୁ ଜାଲ୍ ନୋଟ୍ ରାକେଟ ସଂପର୍କରେ ସୂଚନା ଦେଇଥିଲେ। ଏହାପରେ ଟାଉନ୍ ଥାନା ପୁଲିସ୍ ପକ୍ଷରୁ ଚଢଉ କରାଯାଇ ୨ ଜଣଙ୍କୁ ଗିରଫ କରାଯାଇଥିଲା। ଦୁଇ ଅଭିଯୁକ୍ତ ଝାରଖଣ୍ଡର ପୁର୍ବସିଂହଭୂମି ଜିଲ୍ଲାର ବୋଲି ଜଣାଯାଇଛି। ଅଧିକ ତଦନ୍ତ ଜାରି ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *