Saturday , October 23 2021
Home / ବିଶେଷ / ହିଞ୍ଜିଳିକାଟୁରେ ନୂଆ ଜଜ୍ କୋର୍ଟ କୋଠା

ହିଞ୍ଜିଳିକାଟୁରେ ନୂଆ ଜଜ୍ କୋର୍ଟ କୋଠା

ଲୋକଙ୍କୁ ନ୍ୟାୟ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ : ମୁଖ୍ୟମନ୍ତ୍ରୀ
ହାଇକୋର୍ଟରେ ୪୦ ହଜାର କେସ୍ ଫଏସଲା ହୋଇଛି: ଜଷ୍ଟିସ୍ ରଫିକ୍
ଗଞ୍ଜାମ,୧୭/୧୨/୨୦୨୦(ଓଡ଼ିଶା ସମାଚାର)- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ନୂଆ ସିଭିଲ ଜଜ୍ କୋର୍ଟର ନୂତନ କୋଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଉଦଘାଟନ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଛନ୍ତି । ସେହିପରି କରୋନା ମହାମାରୀ ସତ୍ୱେ ଓଡ଼ିଶା ହାଇକୋର୍ଟ ଚଳିତ ବର୍ଷ ଡିସେମ୍ୱର ୧୪ ସୁଦ୍ଧା ୪୦ ହଜାର ମାମଲାର ସମାଧାନ କରି ପାରିଛନ୍ତି ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ସୂଚନା ଦେଇଛନ୍ତି ।
ବୁଧବାର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ହିଞ୍ଜିଳିକାଟୁସ୍ଥ ନୂଆ ସିଭିଲ ଜଜ୍ କୋର୍ଟର ନୂତନ କୋଠାକୁ ଉଦଘାଟନ କରିଥିଲେ । ହିଞ୍ଜିଳିକାଟୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜ୍ଞାପନ କରି କହିଥିଲେ, ଜଣେ ସାଧାରଣ ଲୋକର ନ୍ୟାୟ ନ୍ୟାୟ ଅଧିକାର ହିଁ ତା’ର ମୌଳିକ ଅଧିକାର । ନ୍ୟାୟ ପ୍ରଦାନ ଦେବା ନେଇ ମୋ ସରକାର ଦୃଢ଼ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶାରେ ଏବେ ୪୫ଟି କୋର୍ଟ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ରହିଛି । ମହିଳାଙ୍କ ବିରୁଦ୍ଧରେ ହେଉଥିବା ମାମଲାସବୁର ଶୁଣାଣୀ କରି ନ୍ୟାୟ ପ୍ରଦାନ ପାଇଁ ଏହି କୋର୍ଟଗୁଡ଼ିକ କାର୍ଯ୍ୟ କରୁଛନ୍ତି । ନିକଟ ଅତୀତରେ ରାଜ୍ୟ ସରକାର ବ୍ୟବସାୟିକ ବିବାଦ ତୁଟାଇବା ନିମନ୍ତେ ୪ଟି ନୂଆ କୋର୍ଟ ସ୍ଥାପନ କରିଛନ୍ତି । ସେହିପରି ଓକିଲଙ୍କୁ ଆର୍ଥôକ ସହାୟତା ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାର ‘ଓଡ଼ିଶା ଆଡଭୋକେଟ୍ ୱେଲଫେୟାର ଫଣ୍ଡ୍ ଆକ୍ଟ- ୧୯୬୧’ ରେ ସଂଶୋଧନ କରିଛନ୍ତି । ଓକିଲଙ୍କ ସ୍ୱାର୍ଥରକ୍ଷା ନେଇ ‘ଓଡ଼ିଶା ୱେଲଫେୟାର ଫଣ୍ଡ୍’କୁ ୩ କୋଟିରୁ ୫ କୋଟିକୁ ବୃଦ୍ଧି କରାଯାଇଛି । ତେବେ ରାଜ୍ୟର ନ୍ୟାୟପାଳିକା କ୍ଷେତ୍ରରେ ଆବଶ୍ୟକ ଭିତିଭୂମି ବିକାଶ ପାଇଁ ଆବଶ୍ୟକ ପର୍ଯ୍ୟାପ୍ତ ଅର୍ଥ ଯୋଗାଇଦେବା ନେଇ ସରକାର ହାଇକୋର୍ଟଙ୍କ ସହ ମିଳିତଭାବେ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍ ନୂଆ ଭିତିିଭୂମି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇ କହିଥିଲେ, ମହାମାରୀ ଯୋଗୁଁ ନ୍ୟାୟିକ ବ୍ୟବସ୍ଥାରେ ବାଧା ଉପୁଜିଥିଲା । ଓଡ଼ିଶା ହାଇକୋର୍ଟ ଚଳିତ ବର୍ଷ ଡିସେମ୍ୱର ୧୪ ସୁଦ୍ଧା ୪୦ ହଜାର ମାମଲାର ସମାଧାନ କରି ପାରିଛନ୍ତି । ସେ ପୁଣି କହିଥିଲେ,ହିଞ୍ଜିଳିକାଟୁର ନୂଆ ସିଭିଲ ଜଜ୍ କୋର୍ଟର ନୂଆ କୋଠା ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଏଠାରେ ରହିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁଁ ଏହା ସମ୍ଭବ ହେଲା ବୋଲି କହିଥିଲାବେଳେ ଗଞ୍ଜାମ ଜିଲ୍ଲାପାଳ ସ୍ୱାଗତ ଭାଷଣ ଓ ହିଞ୍ଜିଳିକାଟୁ ବାର ଆସୋସିଏସନର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ କାର୍ତିକେୟନ୍ ପାଣ୍ଡିଆନ୍ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଷ୍ଟିସ୍ ବିଶ୍ୱଜିତ ମହାନ୍ତି, ସାଂସଦ ପ୍ରମିଳା ବିଷୋୟୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା, ଆଇନ ବିଭାଗ ସଚିବ ଶଶୀକାନ୍ତ ମିଶ୍ର ପ୍ରମୁଖ ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *