ବାଲେଶ୍ୱର,୧୭/୧୨/୨୦୨୦(ଓଡ଼ିଶା ସମାଚାର)- ବୁଧବାର ବାଲେଶ୍ୱର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟି (ଆଇଟିଆର୍) ରୁ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ସଫଳ ପରୀକ୍ଷଣ କରାଯାଇଛି । ୩ ନମ୍ବର ଲଂଚ ପ୍ୟାଡ୍ ରୁ ବୁଧବାର ରାତି ୭ଟା ୬ ମିନିଟ୍ ରେ ଏହାକୁ ଉତକ୍ଷେପଣ କରାଯାଇଥଲା । ନିର୍ଦ୍ଧାରିତ ଟାର୍ଗେଟ୍ କୁ ଏହା ଲକ୍ଷ୍ୟଭେଦ କରିଛି । ପୂର୍ବଭଳି ପୃଥ୍ୱୀ-୨ର ରାତ୍ରିକାଳୀନ ପରୀକ୍ଷଣ ଏକ ଚଳମାନ ଯାନରୁ କରାଯାଇଥିଲା । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତଥା ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରୁଥିବା ପୃଥ୍ୱୀ-୨ କ୍ଷେପଣାସ୍ତ୍ର ୩୫୦ କିଲୋମିଟର ଦୂରରେ ଅବସ୍ଥିତ ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ର ଓ ଯୁଦ୍ଧାସ୍ତ୍ରକୁ ନିମିଷକରେ ଧ୍ୱଂସ କରିାରିବାର କ୍ଷମତା ରଖିଛି । ୫୦୦ରୁ ୧୦୦୦ କିଲୋଗ୍ରାମ୍ ଓଜନର ଉଭୟ ଆଣବିକ ଓ ପାରମ୍ପାରିକ ଯୁଦ୍ଧାସ୍ତ୍ର ବହନ କରିପାରିବାର ସାମର୍ଥ୍ୟ ରଖିଛି ପୃଥ୍ୱୀ-୨ । ଏହାର ଲମ୍ବ ୮.୫୬ମିଟର ଏବଂ ମୋଟେଇ ୧୧୦ସେମି । ୧୯୯୬ମସିହାରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିବା ବେଳେ ଏହାକୁ ପୂର୍ବରୁ ସେନାବାହିନୀରେ ସାମିଲ କରାଯାଇସାରିଛି ।୨୦୧୯ ସେପ୍ଟେମ୍ବର ୨୦ତାରିଖରେ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରୁଥିବା ଏହି କ୍ଷେପଣାସ୍ତ୍ରର ଦୁଇଥର ପରୀକ୍ଷଣ କରାଯାଇଥିଲା । ଓଡ଼ିଶା ସମାଚାର