ଭୁବନ,୧୭/୧୨/୨୦୨୦(ଓଡ଼ିଶା ସମାଚାର /ସୁଶାନ୍ତ କୁମାର ପୋଥାଳ)-ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଉଚ୍ଚ ବିଦ୍ୟାଳୟରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ବିଡିଓ ଆଶୀର୍ବାଦ ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଡେଙ୍ଗୁ,ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସରକାରଙ୍କ ମଶାରୀ ବଣ୍ଟନ କାର୍ଯ୍ୟକୁ ଭୂୟଶୀ ପ୍ରଶଂସା କରି ମଶାରୀ ବଣ୍ଟନ ର ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,୧ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରବୋଧ ଦାସ,ମଠକରଗୋଳା ସିଏଚସି ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା.ଭାଗବତ ମାଝି, ଭେକ୍ଟର ବାହିତ ରୋଗ ବୈଷୟିକ ପରିଦର୍ଶକ ଅମିତ କୁମାର ସାମଲ ,ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମାନସ ରଂଜନ ମିଶ୍ର, ବ୍ଲକ କାର୍ଯ୍ୟକ୍ରମ ପରିଚାଳିକା ମମତା ସାହୁ ପ୍ରମୁଖ,ଶିଶିର କୁମାର ସାହୁ ଯୋଗଦେଇଥିଲେ । ଭୁବନ ବ୍ଲକ ପାଇଁ ୬୦ ହଜାର ମଶାରୀ ଆସିଥିବା ସଂପର୍କରେ ବିଡିଓ ଶ୍ରୀ ପରିଡା ସୂଚନା ଦେଇ କହିଥିଲେ ଯେ ଗ୍ରାମ କଲ୍ୟାଣ କମିଟି,ଅଙ୍ଗନୱାଡି,ଆଶା କର୍ମୀ ,ଗ୍ରାମ ରୋଜଗାର ସେବକ,ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଙ୍କ ମାଧ୍ୟମରେ ଆସନ୍ତା କାଲି ଠାରୁ ଏହି ମଶାରୀ ବଣ୍ଟନ କରାଯିବ । ଓଡ଼ିଶା ସମାଚାର