କେନ୍ଦ୍ରାପଡା, ୧୭/୧୨/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଅଧିନସ୍ଥ ଗରଦପୁର ବ୍ଲକ୍ ଅନ୍ତର୍ଗତ ମାହାଳ ଠାରେ ଥିବା ବାଲା ବିହାରୀ ସରକାରୀ ଉଚ ବିଦ୍ୟାଳୟବିପଦ ସଙ୍କୁଳ ଅବସ୍ଥାରେ ରହିଛି । ବିଦ୍ୟାଳୟର କମନ୍ ରୁମ , ଶ୍ରେଣୀ ଗୃହ, ବାରଣ୍ଡା ଛାତରୁ ପୁଳା ପୁଳା ପ୍ଲାଷ୍ଟର ଖସୁଛି । ଛାତର ବିଭିନ୍ନ ସ୍ଥାନରେ ପ୍ଲାଷ୍ଟର ଖସି ରଡ଼୍ କଳଙ୍କି ଲାଗିଥିବା ସବୁ ଦେଖାଯାଉଛି । ଏହି ବିଦ୍ୟାଳୟର ଗୃହ ଗୁଡ଼ିକ ୫୦ ବର୍ଷ ରୁ ଉଦ୍ଧ୍ୱର୍ ହେବ ନିର୍ମାଣ ହୋଇଥିଲା । ତେବେ ବର୍ତମାନ ଏହି ସ୍କୁଲର ବିଭିନ୍ନ ଶ୍ରେରୀ ଗୃହ ଓ ବିଶ୍ରାମ କକ୍ଷ ବିପଦ ସଙ୍କୁଳ ହୋଇ ପଡ଼ିଛି । ଛାତରୁ ପୁଳା ପୁଳା ପ୍ଲାଷ୍ଟର ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଙ୍କ ଉପରେ ପଡ଼ିବାର ଭୟ ସୃଷ୍ଟି ହୋଇଛି । ଆଗକୁ ସ୍କୁଲ ଖୋଲିବାକୁ ଥିବାରୁ ଏହା ଛାତ୍ର ଛାତ୍ରୀଙ୍କ ପାଇଁ ବିପଦର କରଣ ହେବ । ସେଥିପାଇଁ ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରେମଲତା ପତି ବିଦ୍ୟାଳୟର ବିପଦ ସଙ୍କୁଳ ଅବସ୍ଥାରେ ଥିବା ବିଭିନ୍ନ ସ୍ଥାନର ଫଟୋ ସହ ଲିଖିତ ଅଭିଯୋଗ ଦେଇ କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଏଥି ସହିତ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ କରିବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପତିଙ୍କ ସମେତ ମୋ ସ୍କୁଲ ଅଭିଯାନର ସଭ୍ୟ ଅଧ୍ୟାପକ ସୁଜୟ କୁମାର ସ୍ୱାଇଁ , ସହକାରୀ ଶିକ୍ଷକ ସୁଧାଂଶୁ କୁମାର ଜେନା, ଭାଗବତ ସେଠୀ ପ୍ରମୁଖ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି । ଓଡ଼ିଶା ସମାଚାର
Home / ଶିକ୍ଷା / ବିପଦ ଶଙ୍କୁଳ ଅବସ୍ଥାରେ ବାଲା ବିହାରୀ ଉଚ ବିଦ୍ୟାଳୟ – ଛାତରୁ ଖସୁଛି ପ୍ଲାଷ୍ଟର, ନୂତନ ଗୃହ ନିର୍ମାଣ ପାଇଁ ଜିଲାପାଳଙ୍କୁ ଗୁହାରୀ