Friday , September 29 2023
Breaking News
Home / ରାଜନୀତି / ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ବିଶ୍ୱ ବିଦ୍ୟାଳୟ ଘୋଷଣା ଦାବିରେ କୁଶପୁତଳିକା ପୋଡି

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ବିଶ୍ୱ ବିଦ୍ୟାଳୟ ଘୋଷଣା ଦାବିରେ କୁଶପୁତଳିକା ପୋଡି

କେନ୍ଦ୍ରାପଡା, ୧୭/୧୨/୨୦୨୦(ଓଡ଼ିଶା ସମାଚାର)- ଓଡିଶା ରାଜନୀତିରେ ସର୍ବଦା ଚର୍ଚ୍ଚିତ ଜିଲ୍ଲା ତଥା ବିଜୁବାବୁଙ୍କ ରାଜନୀତି ସହିତ ଦୀର୍ଘ ୬୦ବର୍ଷରୁ ଅଧିକ ଜଡିତ ଓ ୧୪ଲକ୍ଷ ଜନସଂଖ୍ୟା ବିଶିଷ୍ଟ କେନ୍ଦ୍ରାପଡା ଜିଲ୍ଲା ଆଜି ରାଜ୍ୟ ସରକାରଙ୍କ ଦ୍ୱାରା ଅବହେଳିତ । ନିର୍ବାଚିତ ପ୍ରତିନିଧିମାନଙ୍କର ଉଦାସୀନତା ଓ ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ ଆଜି କେନ୍ଦ୍ରାପଡାରେ ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ଜିଲ୍ଲାବାସୀ ଉନ୍ନତମାନର ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଥିବା ବେଳେ ଅନ୍ୟପଟରେ ନବୀନ ପଟ୍ଟନାୟକଙ୍କ ସରକାର ପରୀ ଓ ଯାଜପୁର ଜିଲ୍ଲାରେ ମେଡିକାଲ କଲେଜ ଘୋଷଣା କରି କେନ୍ଦ୍ରାପଡାକୁ ଏପ୍ରସଙ୍ଗରେ ସଂପୂର୍ଣ୍ଣ ଉପେକ୍ଷା କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ବଲାଙ୍ଗିର, ମାଲକାନାଗିରି ଓ ରାୟଗଡା ଭଳି ପଛୁଆ ଜିଲ୍ଲାରେ ଏମ.ସି.ଏଚ. କେନ୍ଦ୍ର ବହୁ ପୂର୍ବରୁ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ଗତ ୪ବର୍ଷ ଧରି ଇଛାପୁରସ୍ଥିତ ଶ୍ୟାମଗୁଡିଆରେ ନିର୍ମାଣାଧିନ ପ୍ରକଳ୍ପ ଶେଷ ନହେବା ରାଜ୍ୟ ସରକାରଙ୍କ ପାରିବା ପଣିଆକୁ ସୁଚାଉଛି । ଜିଲ୍ଲାରେ ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି , ଆଇ.ଇ.ସି.ୟୁ.,ଟ୍ରମା କେଆର ନଥିବା କାରଣରୁ ଜିଲ୍ଲାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅପରପକ୍ଷରେ ଶିକ୍ଷା କ୍ଷେତ୍ରରେ ମଧ୍ୟ କେନ୍ଦ୍ରାପଡା ଜିଲ୍ଲା ଚରମ ଅବହେଳାର ଶିକାର ହୋଇଛି । ରାଜ୍ୟର ସର୍ବ ବୃହତ ବେସରକାରୀ କଲେଜ ଗତ ୧୯୫୯ମସିହାରେ ପ୍ରତିଷ୍ଠିତ ହୋଇ ଅଧୁନା ୫ହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ବିଶିଷ୍ଟ ଏବଂ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଜିଲ୍ଲାବାସୀଙ୍କ ବାରମ୍ବାର ଦାବୀ ପରେବି ବିଶ୍ୱ ବିଦ୍ୟାଳୟର ମାନ୍ୟତା ପାଇପାରିଲାନାହିଁ । ନାକଟିମର ମୂଲ୍ୟାଙ୍କନରେ କଲେଜ କ୍ରମାଗତ ଭାବେ ଗ୍ରେଡ- ଏ ର ମାନ୍ୟତା ପାଇଆସୁଥିବା ବେଳେ ଆବଶ୍ୟକ ଭିତିଭୂମି ନଥିବା ଆଳ ଦେଖାଇ ପ୍ରଶାସନିକ ଅଧିକାରୀ ଓ ରାଜନେତା ନିଜର ଉରଦାୟୀତ୍ୱ ଖସାଇଚାଲିବା ବିଡମ୍ବନାର ବିଷୟ । ଏହି ଦୁଇଟି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ଓ ଜିଲ୍ଲାର ନିର୍ବାଚିତ ଜନପ୍ରତିନିଧିଙ୍କ ଉଦାସୀନତା ଓ ଚରମ ଅବହେଳାକୁ ଭାରତୀୟ ଜନତା ଯୁବମୋର୍ଚ୍ଚା ଜିଲ୍ଲା ଶାଖା ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ଏବଂ ଏହି ଆନ୍ଦୋଳନକୁ ସଂଗଠନ ପକ୍ଷରୁ ଜିଲ୍ଲାରେ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଏଥିପାଇଁ ସ୍ଥାନୀୟ ତିନିମୁହାଣି ଛକରେ ମୁଖ୍ୟମନ୍ତ୍ରୀ,ସାଂସଦଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକଙ୍କ କୁଶପୁତଳିକା ଦାହ କରାଯିବା ସହ ସଂଗଠନ ପ୍ରତିବାଦ ପ୍ରଦର୍ଶନ କରୁଛି । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚାର ସଭାପତି ତଥା ନଗର ସଭାପତି ଦିଲ୍ଲିପ କୁମାର ଦାଶ, ସଂଯୋଜକ ବିନ୍ଦୁସାଗର ଦାସ, ପ୍ରଜେଶରଞ୍ଜନ ନାୟକ,ବିଷ୍ଣୁପଦ ମଣ୍ଡଳ,ସନ୍ଦିପନୀ ଆର୍ଯ୍ୟକୁମାର, ରତିରଞ୍ଜନ ଜେନା, ରଞ୍ଜିତ ଆଚାର୍ଯ୍ୟ, ମାନସରଞ୍ଜନ ଦାସ,ଦେବବ୍ରତ ସାମଲ,ଲୋକନାଥ ବିଶ୍ୱାଳ,ସ୍ୱରୁପ ଦାସ, ମୁକ୍ତିକାନ୍ତ ସ୍ୱାଇଁ, ଦିଲ୍ଲିପ ଦାସ, ସୁକାନ୍ତ ପ୍ରଧାନ, ମାନସରଞ୍ଜନ ଦାସ, ରାଜେନ୍ଦ୍ର ଦାସ, ଗୋପାଳ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *