Tuesday , October 26 2021
Breaking News
Home / ତାଜା ଖବର / ବନ୍ଧୁକ ଦେଖାଇ ୧୫ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

ବନ୍ଧୁକ ଦେଖାଇ ୧୫ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

ବାଣପୁର,୧୭/୧୨/୨୦୨୦(ଓଡ଼ିଶା ସମାଚାର)-୧୬ ନମ୍ବର ଜାତୀୟ ରାଜପଥରେ ପୁଣି ସକ୍ରିୟ ହୋଇଉଠିଛନ୍ତି ରାଜପଥ ଲୁଟେରା । ଗତକାଲି ବୁଧବାର ସଂନ୍ଧ୍ୟାରେ ଜଣେ ବ୍ୟବସାୟୀଙ୍କ କାର ଅଟକାଇ ବନ୍ଧୁକ ଦେଖାଇ ପ୍ରାୟ ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି  । ଖବର ପାଇ ପୁଲିସ ଅନୁସନ୍ଧାନ ଚଳାଇଥିଲେ ମଧ୍ୟ ଲୁଟେରା କିମ୍ବା ଲୁଟ୍ ଟଙ୍କା ସମ୍ପର୍କରେ କୌଣସି ତଥ୍ୟ ପାଇ ପାରିନାହିଁ । ମିଳିଥିବା ସୂଚନା ମୁତାବକ ଏସ୍ ରେଡ୍ଡି ନାମକ ଜଣେ ବ୍ୟବସାୟୀ ଗତକାଲି ବୁଧବାର ସଂନ୍ଧ୍ୟାରେ ଏକ କାର ଯୋଗେ ପୁରୀରୁ ଛତ୍ରପୁର ଯାଉଥିଲେ । ସଂନ୍ଧ୍ୟା ପ୍ରାୟ ସାଢ଼େପାଚ ଟାରେ ବାଣପୁର ଥାନା ୧୬ ନ ́ରଜାତୀୟ ରାଜପଥର ଓଭରବ୍ରିଜ ନିକଟରେ କେତେକ ଦୁର୍ବୃତ ଏକ କାରରେ ଆସି ରେଡ୍ଡିଙ୍କ ଗାଡ଼ିକୁ ଓଭରଟେକ୍ କରି ଅଟକାଇବା ସହ ବନ୍ଧୁକ ଦେଖାଇ କାରରେ ଥିବା ଟଙ୍କା ବ୍ୟାଗ୍ ଟି ଲୁଟି ନେଇ ଫେରାର ହୋଇଯାଇଥିଲେ । ବ୍ୟାଗ୍ ଟିରେ ପ୍ରାୟ ୧୫ ଲକ୍ଷ ଟଙ୍କା ଥିବା ବେଳେ ଘରତିଆରି ପାଇଁ ଏହି ଟଙ୍କା ନିଜ ବନ୍ଧୁଙ୍କ ଠାରୁ ଶ୍ରୀ ରେଡ୍ଡି ସଂଗ୍ରହ କରିଥିବା ପ୍ରକାଶ କରିଛନ୍ତି । ଏନେଇ ପୁଲିସରେ ଅଭିଯୋଗ କରିବାରେ  ବାଲୁଗାଁ ଏସଡିପିଓଙ୍କ ନେତୃତ୍ୱରେ ବାଣପୁର ଏବଂ ବାଲୁଗାଁ ପୁଲିସ ସମେତ ନାଚୁଣୀ ଓ ନାଭାଲ ଫାଣ୍ଡିପୁଲିସ ଚାରୋଟି ଦଳ ଗଠନ କରି ତଦନ୍ତ ଚଳାଇଛନ୍ତି । ତେବେ ରିପୋଟ ଲେଖାହେବା ବେଳକୁ ଲୁଟ୍ ଟଙ୍କା କିମ୍ବା ଲୁଟେରାଙ୍କ ସମ୍ପର୍କରେ ପୁଲିସ କୌଣସିସୁରାଗ ପାଇ ପାରିନାହିଁ । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *