Wednesday , December 8 2021
Home / ଶିକ୍ଷା / ବଦଳିବ ମାଟି୍ରକ୍ ପ୍ରଶ୍ନପତ୍ର ଢାଂଚା – ଏଣିକି ୫୦୦ ନୁହେଁ, ୪୦୦ ମାର୍କ , ପ୍ରତି ବିଷୟରେ ୮୦ ମାର୍କ – ପରୀକ୍ଷା, ସମୟ ୨ଘଂଟା

ବଦଳିବ ମାଟି୍ରକ୍ ପ୍ରଶ୍ନପତ୍ର ଢାଂଚା – ଏଣିକି ୫୦୦ ନୁହେଁ, ୪୦୦ ମାର୍କ , ପ୍ରତି ବିଷୟରେ ୮୦ ମାର୍କ – ପରୀକ୍ଷା, ସମୟ ୨ଘଂଟା

ଭୁବନେଶ୍ୱର, ୧୭/୧୨/୨୦୨୦ (ଓଡ଼ିଶା ସମାଚାର)- ୨୦୨୧-୨୨ ମାଟ୍ରିକ୍ ପରୀକ୍ଷାରେ ବଦଳିବ ପ୍ରଶ୍ନ ତ୍ର ଢ଼ାଂଚା । ପୂର୍ବ ପରି ୫୦୦ ମାର୍କ ନୁହେଁ, କେବଳ ୪୦୦ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ସେହି ପରି ପ୍ରତି ବିଷୟରେ ପୂର୍ବରୁ ୧୦୦ମାର୍କ ରହୁଥିବା ବେଳେ ଏଣିକି ଏହା ୮୦ମାର୍କକୁ ହ୍ରାସ କରାଯାଇଛି । ଫଳରେ ମୋଟ ୪୦୦ମାର୍କର ପରୀକ୍ଷା ହେବ । ୨୦୨୧ ପରୀକ୍ଷାର କୋଶ୍ଚିନ୍ ପାଟର୍ଣ୍ଣ ସୋସିଆଲ ମିଡିଆରେ ଘୂରିବୁଲୁଛି । ତେବେ ଏହି କୋଶ୍ଚିନ ପାଟର୍ଣ୍ଣ ପକୃତ ପକ୍ଷେ କେତେଦୂର ଗ୍ରହଣୀୟ ତାକୁ ନେଇ ଅଭିଭାବକଙ୍କ ମହଲରେ ଚର୍ଚ୍ଚାହେଉଛି ।
କରୋନା ଲାଗି ରାଜ୍ୟରେ ମାର୍ଚ୍ଚ୨୧ରୁ ସମସ୍ତ ସ୍କୁଲ ବନ୍ଦ ରହିଥିବା ବେଳେ ଶ୍ରେଣୀ ପାଠପଢ଼ା ମଧ୍ୟ ଠପ୍ ହୋଇଯାଇଛି । ଡିସେମ୍ବର ପରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ରହିଥିବା ବେଳେ ଏହା ପକୃତପକ୍ଷେ ସ୍ପଷ୍ଟ ହୋଇପାରିନି । ସ୍କୁଲ କେବେ ଖୋଲିବ, ପାଠପଢ଼ା କିପରି ହେବ ସେ ସମ୍ପର୍କରେ ସରକାର ବିଚାର ବିମର୍ଷ କରୁଛନ୍ତି । ସ୍କୁଲ ଖୋଲିବା ପରେ ପାଠପଢ଼ା ହେବ । ପାଠ୍ୟଖସଡ଼ାକୁ ହ୍ରାସ କରାଯାଇଥିବା ବେଳେ ଯେତିକି ପାଠ ପଢ଼ିବାକୁ ଧାର୍ଯ୍ୟ ହୋଇଛି ତାହା ଶେଷ ହେବା ପରେ ମାଟ୍ରିକ୍ ପରୀକ୍ଷା କରାଯିବ ବୋଲି ନିଷ୍ପତି ହୋଇଛି । ମାତ୍ର ବିଳମ୍ବରେ ସ୍କୁଲ ଖୋଲାଯାଉଥିବାରୁ ପ୍ରତି ଶିକ୍ଷାବର୍ଷରେ ଯେତିକି ପାଠପଢ଼ା ହୋଇଥାଏ ତାହା ଠାରୁ ୩୦ରୁ ୩୫% କମ୍ ରହିବ ବୋଲି ମଧ୍ୟ ପୂର୍ବରୁ ନିଷ୍ପତି ହୋଇଛି ।
ଅପରପକ୍ଷେ ମିଳିଥିବା ସୂଚନା ଅନୁଯାୟୀ, ୫ଟି ବିଷୟ ମଧ୍ୟରୁ ଗଣିତ ବିଷୟ ପରୀକ୍ଷା ସର୍ବାଧିକ ୨ଘଂଟା ୧୫ମିନିଟ୍ର ରହିବ । ଅବଶିଷ୍ଟ ସଂସ୍କୃତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଂରାଜୀ ବିଷୟ ପରୀକ୍ଷାର ସମୟ ୨ଘଂଟା ରହିବ । ସଂସ୍କୃତ, ଇଂରାଜୀ ଏବଂ ଗଣିତରେ ୧ମାର୍କ ବିଶିଷ୍ଟ ୫୦ଟି ଏମସିକୁ୍ୟ ବା ମଲଟିପୁଲ ଚଏସ୍ କୋଶ୍ଚିନ୍ ରହିବ । ସେହିପରି ଅବଶିଷ୍ଟ ୩୦ମାର୍କ ଲାଗି ୬ଟି ପ୍ରଶ୍ନ ରହିବ । ଯାହାର ପ୍ରତି ପ୍ରଶ୍ନ ଲାଗି ୫ମାର୍କ ଲେଖାଏଁ ଥିବା ଜଣାପଡ଼ିଛି । ସାଧାରଣ ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନରେ ୨୫ ମାର୍କ ଲେଖାଏଁ ୨ଟି ଅବଜେକ୍ଟିଭ ପ୍ରଶ୍ନରହିବ । ୨ଟି ସବଜେକ୍ଟିଭ ପ୍ରଶ୍ନ ରଖାଯିବ । ପାଠପଢ଼ାରେ ବିଳମ୍ବ ହୋଇଥିବାରୁ ଆସନ୍ତା ପରୀକ୍ଷାରେ ଏପରି ପ୍ରଶ୍ନପତ୍ର ରହିବ ବୋଲି ଜଣାପଡ଼ିଛି । ମାତ୍ର ଏହି ସାମ୍ପଲ ପ୍ରଶ୍ନପତ୍ର ସମ୍ପର୍କରେ ଅନେକ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଜଣାନାହିଁ । ଏପରି ସାମ୍ପଲ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥିବା ସମ୍ପର୍କରେ ସେମାନଙ୍କୁ ବିଭାଗ ପକ୍ଷରୁ ଅବଗତ କରାଯାଇନଥିବା ଅଭିଯୋଗ ହୋଇଛି । ତେବେ ଏହି ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ମେକାପଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ତାଙ୍କ ସ୍କୁଲରେ ପାଠପଢ଼ା ପ୍ରାୟ ୮୦%ରୁ ଅଧିକ ଶେଷ ହୋଇଯାଇଛି । ଜାନୁଆରୀ ଶେଷ ସୁଦ୍ଧା ରିଭିଜନ କରାଯିବ । ଅନଲାଇନ୍ ଗୁଗୁଲ ମିଟ୍ ଏବଂ ଶିକ୍ଷା ସଂଯୋଗ ବ୍ୟବସ୍ଥାରେ ପିଲାଙ୍କୁ ପାଠପଢ଼ା ଯାଇଛି । ତେଣୁ ପରୀକ୍ଷା ଲାଗି ପିଲାଙ୍କର କୌଣସି ଭୟ ନାହିଁ । ୮୦ମାର୍କ ବିଶିଷ୍ଟ ପ୍ରଶ୍ନପତ୍ର ସାମ୍ପଲ କପି ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ, ୨୦୨୧ ବର୍ଷ ଲାଗି ମାଟ୍ରିକ୍ ପରୀକ୍ଷା ଲାଗି ପାଟର୍ଣ୍ଣ କୋଶ୍ଚିନ୍ ସମ୍ପର୍କରେ ସମସ୍ତେ ଜାଣିସାରିଛନ୍ତି । ଚଳିତବର୍ଷ ୮୦ମାର୍କର ପ୍ରଶ୍ନ ରହିବ ବୋଲି ସମ୍ପୃକ୍ତ ପ୍ରଶ୍ନପତ୍ରରେ ଦର୍ଶାଯାଇଛି । ମାତ୍ର ଏ ସମ୍ପର୍କରେ କୌଣସି ଲିଖିତ ନିର୍ଦ୍ଧେଶନାମା ହସ୍ତଗତ ହୋଇନାହିଁ । ଯାହାକୁ ନେଇ ମଧ୍ୟ ଅନେକ ପରୀକ୍ଷାର୍ଥୀ ଏବଂ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବାତ୍ୟା ପାଇଁ ଶନିବାର ୧୯ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର, ୦୩/୧୨/୨୦୨୧(ଓଡ଼ିଶା ସମାଚାର)-ଶନିବାର ଠାରୁ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, …

Leave a Reply

Your email address will not be published. Required fields are marked *