Tuesday , September 27 2022
Breaking News
Home / ବିଶେଷ / ପୋଲିସ ଓ ମାଓବାଦୀ ମୁହାଁମୁହିଁ, ଜଣେ ମହିଳା ମାଓବାଦୀ ର ମୃତ୍ୟୁ

ପୋଲିସ ଓ ମାଓବାଦୀ ମୁହାଁମୁହିଁ, ଜଣେ ମହିଳା ମାଓବାଦୀ ର ମୃତ୍ୟୁ

କନ୍ଧମାଳ, ୧୭/୧୨/୨୦୨୦(ଓଡ଼ିଶା ସମାଚାର/ କିଶୋର ସାହୁ)- କନ୍ଧମାଳ ଜିଲ୍ଲା ରେ ଗତ କିଛି ଦିନ ହେଲା ରହି ରହି ଲାଲ ବାହିନୀ ନିଜର ଉପସ୍ଥିତ ଯାହିରି କରୁଛନ୍ତି । ଗତ କିଛି ମାସ ମଧ୍ୟରେ ପୋଲିସ ଓ ମାଓବାଦୀ ଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୧୩ ଜଣ ମାଓବାଦୀ ଙ୍କ ମୃତ୍ୟୁ ଘଟିଛି । ଗତ ଜୁଲାଇ ମାସରେ ତୁମୁଡିବନ୍ଧ ଥାନା ଇଲାକା ରେ ଦୁଇ ଥର ପୋଲିସ ଓ ମାଓବାଦୀ ଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ପୋଲିସ ଗୁଳି ରେ ୫ ଜଣ ମାଓବାଦୀ ଙ୍କ ମୃତ୍ୟୁ ଘଟିଥିଲା । ଏଥି ପୂର୍ବରୁ କମ୍ବିଙ୍ଗ ଅପରେସନ୍ ବେଳେ ପୋଲିସ ଗୁଳିରେ ୮ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରଠାରୁ ରକ୍ତ ମୁଖା ହୋଇ ଲାଲବାହିନୀ ଜଙ୍ଗଲରେ ଘୁରି ବୁଲୁଥିବା ବେଳେ ବଡ଼ଧରଣର ହିଂସା ଘଟାଇବାକୁ ସୁଯୋଗ ଖୋଜି ବୁଲୁଛନ୍ତି । ଗତ କାଲି ଗୋଚାପଡ଼ା ଥାନା ବାଲନ୍ଦାପଡା ଜଙ୍ଗଲରେ ଲାଲବାହିନୀ କ୍ୟାମ୍ପ କରି ହିଁସା ଘଟାଇବାକୁ ଯୋଜନା କରୁଥିବା ଗୋଇନ୍ଦା ସୂତ୍ରରୁ ସୂଚନା ପାଇ, ପୋଲିସ ବାହିନୀ ସେହି ଜଙ୍ଗଲରେ ଜୋରଦାର କୁମ୍ବିଂ ଅପରେସନ କରିଥିଲେ । ମାଓବାଦୀ ଙ୍କ ପକ୍ଷରୁ ପ୍ରଥମେ ପୋଲିସ ଉପରକୁ ଗୁଳିଚାଳନା କରାଯାଇ ଥିଲା । ଏହାର ପାଲଟା ଜବାବରେ ପୋଲିସ ଗୁଳି ଚଳାଇବା ଫଳରେ ଏହାର ସାମ୍ନା କରିନପାରି ମାଓବାଦୀ ମାନେ ଅନ୍ଧାର ର ସୁଯୋଗ ନେଇ ଜଙ୍ଗଲ ମଧ୍ୟକୁ ଛତ୍ରଭଙ୍ଗ ହୋଇଥିଲେ । ସର୍ଚ୍ଚ ଅପରେଶନ ବେଳେ ଜଣେ ମହିଳା ମାଓବାଦୀ ର ମୃତ ଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା । ଏଥିସହ କିଛି ମେଡ଼ିସିନ, ମାଓ ପୁସ୍ତକା, ୨ଟି ବନ୍ଧୁକ ସହ ୪ ଗୋଟି ଗୁଳି ପୋଲିସ ଘଟଣା ସ୍ଥଳରୁ ଜବତ କରିଥିଲେ । ଏହାର ଦିନ କେଇଟା ନ ଯାଉଣୁ ରାଇକିଆ ଥାନା ଇନ୍ଦ୍ରଗଢ଼ ଜଙ୍ଗଲରେ ମାଓବାଦୀ ମାନେ ମିଳିତ ହୋଇଥିବା ଖବର ପାଇ ପୋଲିସ କୁମ୍ବିଂ କରିଥିଲେ । କୁମ୍ବିଂ ବେଳେ ପୋଲିସ ଓ ମାଓବାଦୀ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ଦୁର୍ଗମ ଅଞ୍ଚଳ ସହ ଘନ ଜଙ୍ଗଲ ହୋଇଥିବା ଯୋଗୁ ପୋଲିସ ବହୁ ଅସୁବିଧାର ସମୁଖୀନ ହେବାକୁ ପଡୁଥଲା । ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ଜଣା ପଡ଼ିନଥିଲେ ସୁଦ୍ଧା ଜଙ୍ଗଲ ମଧ୍ୟରେ ଠାଏ ଠାଏ ରକ୍ତ ର ଛିଟା ଦେଖିବାକୁ ମିଳିଥିଲା । ଆହତ କିମ୍ବା ମୃତ ମାଓବାଦୀ ମାନେ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ସନ୍ଦେହ କରି ପୋଲିସ ଜଙ୍ଗଲ କୁ ଘେରାଉ କରି ରଖିବା ସହ କୁମ୍ବିଂ ଅପରେସନ୍ କୁ ଜୋରଦାର କରି ଥିବା ନେଇ କନ୍ଧମାଳ ଏସପି ଭିନିତ ଅଗ୍ରୱାଲା ସୂଚନା ପ୍ରଦାନ କରି ଅଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.