Saturday , October 16 2021
Breaking News
Home / କ୍ରୀଡ଼ା / ପାରାଦ୍ୱୀପ ବନ୍ଦର ପୂର୍ବତନ ଭଲିବଲ ଖେଳାଳିଙ୍କ ପରଲୋକ

ପାରାଦ୍ୱୀପ ବନ୍ଦର ପୂର୍ବତନ ଭଲିବଲ ଖେଳାଳିଙ୍କ ପରଲୋକ

ଗୋପବନ୍ଧୁ କ୍ରିଡା ସଂସଦ ଓ ଭଲିବଲ ପରିବାର ପକ୍ଷରୁ ଶୋକସଭା

ପାରାଦ୍ୱୀପ,୧୭/୧୨/୨୦୨୦(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ଅବସରପ୍ରାପ୍ତ କର୍ମଚାରୀ ତଥା ପୂର୍ବତନ ଭଲିବଲ ଖେଳାଳୀ ଏବଂ ଗୋପବନ୍ଧୁ କ୍ରୀଡା ସଂସଦର ଭୂତପୂର୍ବ ସଦସ୍ୟ ନୃସିଂହ ଚରଣ ବେହେରା (ନରି ବାବୁ) ବୁଧବାର ସକାଳେ ଇହଲିଳା ତ୍ୟାଗ କରିଛନ୍ତି । ସ୍ୱର୍ଗତ ବେହେରା ଅବିିଭକ୍ତ କଟକ, ଜଗତସିଂହପୁର ଜିଲ୍ଳା ଏବଂ ସର୍ବଭାରତୀୟ ବୃହତ ବନ୍ଦର ଭଲିବଲ ପ୍ରତିଯୋଗିତାରେ ଉଚ୍ଚ ମାନର ଭଲିବଲ ଖେଳାଳୀ ଭାବେ ସୁନାମ ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ପାରାଦ୍ୱୀପ ତଥା ଓଡିଶାର ସମସ୍ତ ଭଲିବଲ ଖେଳାଳୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ପାରାଦ୍ୱୀପ ବନ୍ଦର ଗୋପବନ୍ଧୁ କି୍ରଡା ସଂସଦର ସଭାପତି, କାର୍ଯ୍ୟକାରୀ ସଭାପତି, ଉପଦେଷ୍ଟା, ସଂପାଦକ ଓ ସମସ୍ତ ସଭ୍ୟ ମାନେ ଶୋକ ବ୍ୟକ୍ତ କରିବା ସେଙ୍ଗ ସେଙ୍ଗ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଗୋପବନ୍ଧୁ କ୍ରୀଡା ସଂସଦର ଉପଦେଷ୍ଟା ରବିନ୍ଦ୍ର କୁମାର ଦାସ ଓ ସଭ୍ୟ ନିରଞ୍ଜନ ସ୍ୱାଇଁ, ଧନୁଚନ୍ଦ୍ର ତରାଇ, ଭିମସେନ ବେହେରା ଏବଂ କର୍ମଚାରୀ ସଂସ୍କାର କାର୍ଯ୍ୟ ସମାପନ କରିଥିଲେ । ଗୁରୁବାର ସଂନ୍ଧ୍ୟାରେ ଗୋପବନ୍ଧୁ ଷ୍ଟାଡିୟମ ଠାରେ ସଂସଦ ଉପଦେଷ୍ଟା ରବି ଦାସଙ୍କ ଆବାହକତ୍ୱରେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ପାରାଦ୍ୱୀପ ଭଲିବଲ ପରିବାରର ବହୁ ପୂର୍ବତନ ଓ ପ୍ରାକ୍ତନ ଖେଳାଳୀ ଓ ଗୋପବନ୍ଧୁ କ୍ରିଡା ସଂସଦର ବହୁ ସଭ୍ୟମାନେ ଯୋଗ ଦେଇ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରି ତାଙ୍କର ସ୍ମୃତି ଚାରଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *