Friday , September 29 2023
Breaking News
Home / ବିଶେଷ / ପାରାଦ୍ୱୀପ ପୋର୍ଟ ବଣିକ ସଂଘ ପକ୍ଷରୁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ପାରାଦ୍ୱୀପ ପୋର୍ଟ ବଣିକ ସଂଘ ପକ୍ଷରୁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ପାରାଦ୍ୱୀପ,୧୭/୧୨/୨୦୨୦(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ର ୨୩ତମ ଅଧ୍ୟକ୍ଷ ରିଙ୍କେଶ ରଏ ୨୦୧୫ ମସିହା ଡିସେମ୍ବର ମାସ ୨୩ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ । ସିମୀତ ୫ବର୍ଷ ମଧ୍ୟରେ ନିଜର ଦକ୍ଷତା ଓ ଦୂରଦୃଷ୍ଟି ଯୋଗୁଁ ବନ୍ଦର ପଣ୍ୟ କାରବାର ରେ ଯଥେଷ୍ଟ ଅଭିବୃଦ୍ଧି ଘଟି ଏବେ ସର୍ବ ଭାରତୀୟ ବୃହତ ବନ୍ଦରରେ ଏକ ନମ୍ବର ମାନ୍ୟତା ପାଇବାକୁ ଯାଉଛି । ଏତଦବ୍ୟତୀତ ସ୍ଥାନୀୟ ଅଂଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା, ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ, ସହର ସୌନ୍ଦର୍ଯ୍ୟ କରଣ, ବିଭିନ୍ନ ସଚ୍ଚେତନତା କାର୍ଯ୍ୟକ୍ରମ ଇତ୍ୟାଦି କାର୍ଯ୍ୟକ୍ରମ କରି ପ୍ରସଂଶିତ ହୋଇ ଜନସାଧାରଣଙ୍କ ନିକଟତର ହୋଇପାଇଥିଲେ । ୨୦୨୦ ଡିସେମ୍ବର ୨୩ ତାରିଖରେ ପାରାଦ୍ୱୀପ ବନ୍ଦରରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ବିଭିନ୍ନ ସଂଗଠନ, ଶିଳ୍ପ ସଂସ୍ଥା, ସ୍ୱେଚ୍ଛାସେବୀ ସଂଗଠନ ଇତ୍ୟାଦି ମାନଙ୍କ ତରଫରୁ ବନ୍ଦର ଅଧ୍ୟକ୍ଷ ଶ୍ରୀ ରଏଙ୍କୁ ଉଛ୍ୱସିତ ସମ୍ମାନ ଓ ଅଭ୍ୟର୍ଥନା ଦିଆଯାଉଛି । ଯାହାକି ପାରାଦ୍ୱୀପ ବନ୍ଦର ଇତିହାସରେ ପ୍ରଥମ ଘଟଣା । ଏହି ପରିପ୍ରେକ୍ଷୀରେ ବୁଧବାର ଅପରାହ୍ନରେ ପାରାଦ୍ୱୀପ ପୋର୍ଟ ବଣିକ ସଂଘ ପକ୍ଷରୁ ବନ୍ଦର ଅଧ୍ୟକ୍ଷ ଶ୍ରୀ ରଏ ଓ ତାଙ୍କ ସହଧର୍ମୀଣି ତଥା ପାରାଦ୍ୱୀପ ଲେଡିଜ କ୍ଳବ ର ସଭାନେତ୍ରୀ ଶୁଭଲକ୍ଷ୍ମୀ ରଏଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବଡପଡିଆ ସ୍ଥିତ ବଣିକ ସଂଘ କାର୍ଯ୍ୟାଳୟ ପରିସରରେ ସଂଘ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ନିଜର ସମ୍ବର୍ଦ୍ଧନା ଅଭିଭାଷଣ ରେ ସଭାପତି ପଟ୍ଟନାୟକ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କର କାର୍ଯ୍ୟଦକ୍ଷତା ଓ ଲୋକପ୍ରିୟତାକୁ ସମ୍ମାନ ଜଣାଇଥିଲେ । ସେହିପରି ଅଧ୍ୟକ୍ଷଙ୍କ ସହଧର୍ମିଣୀ ଶୁଭଲକ୍ଷ୍ମୀ ରଏ ପାରାଦ୍ୱୀପ ଲେଡିଜ୍ କ୍ଳବ ମାଧ୍ୟମରେ ବନ୍ୟା, ବାତ୍ୟା ସମୟରେ ପ୍ରଭାବିତ ଲୋକଙ୍କ ପାଇଁ ଖାଦ୍ୟ ଓ ଜରୁରୀ ସାମଗ୍ରୀ ଯୋଗାଣ, ରକ୍ତଦାନ ଶିବିର ଆୟୋଜିତ କରିବା ସହ ପାରାଦ୍ୱୀପ ସାକ୍ଷତରା ସମିତି ଓ ଭିନ୍ନକ୍ଷମ ବିଦ୍ୟାଳୟ ‘ଜାଗୃତୀ’ ପାଇଁ ଅନେକ କଲ୍ୟାଣ କାର୍ଯ୍ୟ କରି ସମସ୍ତଙ୍କ ପ୍ରିୟଭାଜନ ହୋଇ ପରିଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ବଣିକ ସଂଘର ସମ୍ପାଦକ ଦେବବ୍ରତ ସାହୁ, ଜୀବନ ମହାନ୍ତି, ଅନାଦି ପରିଡା, ଚନ୍ଦ୍ରଶେଖର ମହାପାତ୍ର, ଚୈତନ୍ୟ ସାହୁ, ଶରତ ସାହୁଙ୍କ ସମେତ ବଣିକ ସଂଘର ବହୁ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ଅଧ୍ୟକ୍ଷ ଶ୍ରୀ ରଏ ଦମ୍ପତିଙ୍କୁ ସମ୍ବର୍ଦ୍ଧିତ କରି ମାଁ ଦୁର୍ଗାଙ୍କ ନିକଟରେ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *