Saturday , October 23 2021
Home / ବିଶେଷ / ପାରାଦୀପ ପୌରାଂଚଳର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ

ପାରାଦୀପ ପୌରାଂଚଳର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ

ପାରାଦ୍ୱୀପ,୧୭/୧୨/୨୦୨୦(ଓଡ଼ିଶା ସମାଚାର)- ଗୁରୁବାର ଦିନ ପାରାଦୀପ ପୌରାଂଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ସାଂସଦ ଡ଼ା. ରାଜଶ୍ରୀ ମଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଅଠରବାଙ୍କି ସାମନ୍ତରାୟ କଲୋନୀର କମ୍ୟୁନିଟି ଗୃହ, ରେଳଷ୍ଟେସନ ନିକମଟରେ ଶୌଚାଳୟ, ମେରାଇନ ଡ଼୍ରାଇଭ ରୋଡ଼ର ଆଲୋକୀକରଣ, ନୂଆବଜାରରେ ଦୁଇଟି ଶୌଚାଳୟ, ଷଣ୍ଢକୁଦ ବସ୍ତିରେ ସ୍କୁଲଗ୍ୟହ ଓ ସଭାଗୃହର ଲୋକାର୍ପଣ ଓ ପୌରପାଳିକା କାର୍ଯ୍ୟାଳୟରେ ପ୍ରସ୍ତାବିତ ସାଇକେଲ ଷ୍ଟାଣ୍ଡର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ସୌରିନ୍ଦ୍ର କୁମାର ରାଉତରାୟଙ୍କ ସମେତ ପୂର୍ବତନ ପୌରପାଳ ବସନ୍ତ ବିଶ୍ୱାଳ ଏବଂ ପୂର୍ବତନ ପାରିଷଦମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *