Tuesday , October 26 2021
Breaking News
Home / ସ୍ୱାସ୍ଥ୍ୟ / ପାରାଦୀପ କୋଭିଡ଼୍ ହସପିଟାଲରେ କର୍ମଚାରୀଙ୍କ ଅନଶନ ଧମକ

ପାରାଦୀପ କୋଭିଡ଼୍ ହସପିଟାଲରେ କର୍ମଚାରୀଙ୍କ ଅନଶନ ଧମକ

ପାରାଦୀପ ୧୭/୧୨/୨୦୨୦(ଓଡ଼ିଶା ସମାଚାର)- ଏଠାରେ ଥିବା କୋଭିଡ଼୍ ହସପିଟାଲରେ ସିକ୍ୟୁରିଟି ଓ ହାଉସକିପର ଭାବେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ସେମାନେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେମାନଙ୍କ ଭିତରୁ କେତେକ କର୍ମଚାରୀଙ୍କୁ ବେଆଇନ ଭାବେ କାର୍ଯ୍ୟରୁ ଛଟେଇ କରିଛନ୍ତି । ସେମାନଙ୍କୁ ଦରମା ନ ଦେଇ କିମ୍ବା ଆଗୁ୍ରଆ କୋ÷ଣସି ସୂଚନା ନଦେଇ ହଠାତ୍ ଏଭଳି ପଦକ୍ଷେପ ଗ୍ରହଣ କରିବା ଘଟଣାକୁ ଜୋରଦାର ବିରୋଧ କରାଯାଇଛି । ଗତ ଦୁଇ ମାସ ହେଲା ଦରମା ଦିଆ ଯାଇନାହିଁ । ମାତ୍ର ପ୍ରଶାସନ ପକ୍ଷରୁ ଏହି କର୍ମଚାରୀଙ୍କୁ ପ୍ରତିଶୃତି ଦିଆଯାଇଥିଲା କି କୋଭିଡ଼୍ ଥିବା ପର୍ଯ୍ୟନ୍ତ ସେମାନେ ଚାକିରୀ କରିବେ । ମାତ୍ର କୋଭିଡ଼୍ କମିବାର କୋ÷ଣସି ସୂଚନା ନ ଥିଲେ ,ହେଁ ମରଣ ସହିତ ଲଢ଼େି କରି ଜୀବନକୁ ବାଜି ଲଗାଇ ;କୋଭିଡ଼ ସଂକ୍ରମିତଙ୍କ ସେବା କରିଥିଲେ ହେଁ ପ୍ରଶାସନର ଏଭଳି ଖାମଖିଆଲ ବେପରୱା ନୀତି ସେମାନଙ୍କୁ ବ୍ୟଥିତ କରିଛି । ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହର ନ କଲେ ଦୁଇ ଦିନ ପରେ ଅନଶନ ଆରମ୍ଭ ହେବ ବୋଲି ଏହି ଅବସରରେ ସରସ୍ୱତୀ ପାତ୍ର, ସସ୍ମିତା ବାରିକ, କୁନି ବିଶ୍ୱାଳ, ବିଶ୍ୱରଞ୍ଜଗନ ସ୍ୱାଇଁ, ରସାନନ୍ଦ ସ୍ୱାଇଁ ଓ ପ୍ରକାଶ ମହାନ୍ତି ପ୍ରମୁଖ ପାରାଦୀପ ଅତିରିକ୍ତ ଜିଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

୧୦୦କୋଟି ଟୀକାକରଣ ଅଭିଯାନରେ ସାମିଲ ହୋଇଥିବା କେନ୍ଦ୍ରାପଡାର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୨୩/୧୦/୨୦୨୧(ଓଡ଼ିଶା ସମାଚାର)- ବିଶ୍ୱରେ ସର୍ବ ବୃହତ୍ ଟୀକା କରଣ ଅଭିଯାନରେ ଇତିହାସ ରଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ …

Leave a Reply

Your email address will not be published. Required fields are marked *