Tuesday , October 4 2022
Breaking News
Home / ବିଶେଷ / ପାଣିରେ ବୁଡି ଯୁବକ ଙ୍କ ମୃତ୍ୟୁ : ୪୮ ଘଣ୍ଟା ପରେ ଡ୍ୟାମ ରୁ ଉଦ୍ଧାର ହେଲା ମୃତ ଦେହ

ପାଣିରେ ବୁଡି ଯୁବକ ଙ୍କ ମୃତ୍ୟୁ : ୪୮ ଘଣ୍ଟା ପରେ ଡ୍ୟାମ ରୁ ଉଦ୍ଧାର ହେଲା ମୃତ ଦେହ

କନ୍ଧମାଳ, ୧୭/୧୨/୨୦୨୦(ଓଡ଼ିଶା ସମାଚାର/ କିଶୋର ସାହୁ)- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭ୍ରୁଙ୍ଗିଯୋଡି ପଂଚାୟତ ନିକଟରେ ଥିବା ବଇରୀକୁମ୍ପା ରାଜା ଡ୍ୟାମ ରେ ଗତ ୧୩ ତାରିଖ ରବିବାର ଦିନ ଗାଧୋଇବାକୁ ଯାଇ ନିଖୋଜ ଥିବା ଯୁବକଙ୍କ ମୃତ ଦେହ ଡ୍ୟାମ ରୁ ଉଦ୍ଧାର କରାଯାଇଛି. । ତେବେ ମୃତ ଯୁବକ ଜଣକ ଭ୍ରୁଙ୍ଗିଯୋଡି ପଂଚାୟତ ନେଡ଼ିରହା ଗାଁ ର ସେପତେସ୍ୱର ଡିଗାଲ ବୋଲି ଜଣା ପଡିଛି. । ମୃତ ବ୍ୟକ୍ତି ଜଣକ ଗତ ରବିବାର ଦିନ ତାଙ୍କ ଦୁଇ ଜଣ ସାଙ୍ଗ ଙ୍କ ସହ ଦିନ ଗୋଟାଏ ବେଳେ ଏହି ଡ୍ୟାମ କୁ ଗାଧୋଇ ବାକୁ ଯାଇଥିଲେ. । ଗାଧୋଇବା ସମୟରେ ହଠାତ ପାଣି ଭିତରେ ବୁଡି ଯାଇ ନିଖୋଜ ହୋଇ ଯାଇ ଥିଲେ । ସାଙ୍ଗରେ ଥିବା ଦୁଇ ଜଣ ବନ୍ଧୁ ବହୁ ଖୋଜା ଖୋଜି କଲାପରେ ମଧ୍ୟ ଡ୍ୟାମ ଟି ଅଧିକ ଗଭୀର ଥିବାରୁ ନିଖୋଜ ବ୍ୟକ୍ତିଙ୍କ ଖୋଜ ଖବର ପାଇ ନଥିଲେ । ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଫିରିଙ୍ଗିଆ ପୋଲିସ କୁ ଖବର ଦେବାରୁ ସ୍ଥାନୀୟ ପୋଲିସ ର ସହଯୋଗ ରେ ଫିରିଙ୍ଗିଆ ଦମକଳ ବାହିନୀ ସହାୟତାରେ ଦୀର୍ଘ ୪୮ ଘଣ୍ଟା ପରେ ପାଣି ଭିତରୁ ମୃତ ଦେହ ଉଦ୍ଧାର କରାଯାଇଛି । ଅନ୍ୟପଟେ ଦମକଳ ବାହିନୀ ମୃତ ଦେହ ଉଦ୍ଧାର କଲାପରେ ଫିରିଙ୍ଗିଆ ପୋଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତର ଖାନା କୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.