Saturday , December 10 2022
Home / ତାଜା ଖବର / ଠିକାଦାରଙ୍କୁ ହତ୍ୟା କରି ମେସିନ୍ ଓ ବୋଲେରୋ ଜାଳିଦେଲେ ମାଓବାଦୀ

ଠିକାଦାରଙ୍କୁ ହତ୍ୟା କରି ମେସିନ୍ ଓ ବୋଲେରୋ ଜାଳିଦେଲେ ମାଓବାଦୀ

ଭୁବନେଶ୍ୱର, ୧୭/୧୨/୨୦୨୦ (ଓଡ଼ିଶା ସମାଚାର)- ମାଲକାନଗିରି ଜିଲାରେ ମାଓବାଦୀ ପୁଣି ସେମାନଙ୍କର ଉପସ୍ଥିତି ଜାହିର କରିଛନ୍ତି। ରାସ୍ତା କାର୍ଯ୍ୟରେ ନିୟୋଜିତ ଜଣେ ଠିକାଦାରଙ୍କୁ ହତ୍ୟା କରି ରାସ୍ତା କାର୍ୟ୍ୟରେ ଲାଗିଥିବା ପ୍ରୋକଲିନ୍ ମେସିନ ଓ ଏକ ବୋଲେରୋ ଗାଡି ଜାଳି ଦେଇଛନ୍ତି।ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଯନ୍ଦ୍ରାଗୁଡା ନିକଟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ମାଥିଲି ବ୍ଲକ ଅନ୍ତର୍ଗତ ଯନ୍ଦ୍ରାଗୁଡା ଠାରେ ରାସ୍ତା କାର୍ୟ୍ୟ ଚାଲି ଥିବା ବେଳେ ଏହାକୁ ବିରୋଧ କରି ମାଓବାଦୀ ଏହି କାର୍ଯ୍ୟରେ ନିୟୋଜିତ ଥିବା ଏକ ପ୍ରୋକକଲିନକୁ କ୍ଷତିଗ୍ରସ୍ତ କରିବା ସହ ଏକ ବୋଲେରୋ ଗାଡିରେ ନିଆଁ ଲଗାଇ ଦେବା ସହ ସମ୍ପୃକ୍ତ ଠିକାଦାର ସୁକୁମାର ମଣ୍ଡଳ ଙ୍କୁ ମଧ୍ୟ ହତ୍ୟା କରିଥିବା ସୂଚନା ମିଳିଛି । ଏନେଇ ପୁଲିସ ପକ୍ଷରୁ ସୂଚନା ମିଳିନାହିଁ । ତେବେ ଏହି ଘଟଣାରେ ଦରଭା ଡିଭିଜନର ମାଓବାଦୀ ସମ୍ପୃକ୍ତ ଥିବା ଜଣା ପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.