Wednesday , October 20 2021
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / କୋଣାର୍କରେ ଆରମ୍ଭ ହେଲା ଲାଇଟ-ସାଉଣ୍ଡ ଶୋ’

କୋଣାର୍କରେ ଆରମ୍ଭ ହେଲା ଲାଇଟ-ସାଉଣ୍ଡ ଶୋ’

କୋଣାର୍କ, ୧୭/୧୨/୨୦୨୦(ଓଡ଼ିଶା ସମାଚାର)-ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ସୂର୍ଯ୍ୟମନ୍ଦିର ଲାଇଟଆଣ୍ଡ ସାଉଣ୍ଡ ସୋ । କରୋନା କଟକଣା ଯୋଗୁଁ ୯ମାସ ବନ୍ଦ ରହିଥିବା ବେଳେ ବର୍ତମାନ କୋଭିଡ୍ ଗାଇଡଲାଇନ ଅନୁଯାୟୀ ସୋ ପୂନର୍ବାର ଚାଲୁ ହୋଇଛି । ପ୍ରଥମ ସନ୍ଧ୍ୟାରେ ୩୨ଜଣ ପର୍ଯ୍ୟଟକ ସୋ ଉପଭୋଗ କରିଥିଲେ । ସାମାଜିକ ଦୂରତା ଥାଇ ୧୫୦ଟି ଚେୟାର ରଖାଯାଇଥିଲା । ସୋ’ ନିମନ୍ତେ ଟିକେଟ ମୂଲ୍ୟ ୫୦ଟଙ୍କା ରଖାଯାଇଛି । ଦୈନିକ ୨୦୦ପର୍ଯ୍ୟଟକ ଙ୍କୁ ଅନୁମତି ଦିଆଯିବ । ୬ଟା୩୦ରୁ ସୋ’ ଆରମ୍ଭ ହୋଇ ୪୦ମିନିଟ୍ ପର୍ଯ୍ୟନ୍ତ ଚାଲିବ । ସୋ’ ମାଧ୍ୟମରେ ୮ଟି ଅତ୍ୟାଧୁନିକ ପ୍ରୋଜେକ୍ଟର ସାହାଯ୍ୟରେ ମୂଖଶାଳା ଓ ନାଟ୍ୟମନ୍ଦିରରେ ଚିତାକର୍ଷକ କାହାଣୀ ଇଂରାଜୀ, ହିନ୍ଦୀ ଓ ଓଡ଼ିଆ ଭାଷାରେ ଶୁଣିବାକୁ ମିଳୁଛି ।ଏଥିରେ ସୂର୍ଯ୍ୟମନ୍ଦିର ଐତିହ୍ୟ ସମ୍ପର୍କରେ ୪୦ମିନିଟ୍ ର ତଥ୍ୟଭତିିକ ବିବରଣୀ ରହିଛି । ଓଡ଼ିଶା ସମାଚାର

About admin

Check Also

ପର୍ଯ୍ୟଟନ ସର୍କିଟରେ ଯୋଡି ହେବ ମହେନ୍ଦ୍ରଗିରି ଓ ଚନ୍ଦ୍ରଗିରି

ଭୁବନେଶ୍ୱର,୧୧/୦୯/୨୦୨୧(ଓଡ଼ିଶା ସମାଚାର)- ମହେନ୍ଦ୍ରଗିରିକୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଅଧିକ ଆକର୍ଷଣୀୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର …

Leave a Reply

Your email address will not be published. Required fields are marked *