Tuesday , October 4 2022
Home / ବିଶେଷ / କିଶନନଗର ଅଞ୍ଚଳର ଗାନ୍ଧୀ ରାଜକୃଷ୍ଣ ବୋଷ ଆମ ଆଦର୍ଶ : ଉବିପ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ

କିଶନନଗର ଅଞ୍ଚଳର ଗାନ୍ଧୀ ରାଜକୃଷ୍ଣ ବୋଷ ଆମ ଆଦର୍ଶ : ଉବିପ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ

କଟକ, ୧୭/୧୨/୨୦୨୦(ଓଡ଼ିଶା ସମାଚାର)- କଟକ ସଦର ବ୍ଲକ କିଶନନଗର ଅଞ୍ଚଳର ଗାନ୍ଧୀ ପ୍ରବାଦ ପୁରୁଷ ପ୍ରଥମ ରାଜବନ୍ଦୀ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ରାଜକୃଷ୍ଣ ବୋଷଙ୍କ ୧୨୧ ତମ ଜନ୍ମ ଜୟନ୍ତୀ ପାଳିତ ହେଇଯାଇଛି । କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ମହାତ୍ମାଙ୍କ କିଶନନଗର ବଜାରରେଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବାସହ ସ୍ମୃତିଚାରଣ କରାଯାଇଛି । ଏହି ସଭାରେ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ଜାମିନୀ ମୋହନ ସାହୁ,ଅଶୋକ କୁମାର ସାମଲ, ସୁମନ ଦାଶ,ସଂଜୟ ମଲ୍ଲିକ, ତୁସାରକାନ୍ତ ବେହେରା, ଗଜେନ୍ଦ୍ର ବେହେରା ଙ୍କ ସମେତ ବହୁ ମାନ୍ୟଗକଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ସ୍ମୃତିଚାରଣ କରିବା ସହ ସ୍ୱର୍ଗତ ବୋଷଙ୍କ କିଶନନଗର ଅଞ୍ଚଳ ପ୍ରତି ଅବଦାନ ଆମ ସମୟର ଆଦର୍ଶ ହୋଇ ରହିଯିବ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.