Thursday , October 21 2021
Breaking News
Home / ସ୍ୱାସ୍ଥ୍ୟ / ୫ ଜଣ କରୋନା ସଂକ୍ରମିତ ଙ୍କର ମୃତ୍ୟୁ – ୪୦୭ କରୋନା ସଂକ୍ରମିତ ଚିହ୍ନଟ

୫ ଜଣ କରୋନା ସଂକ୍ରମିତ ଙ୍କର ମୃତ୍ୟୁ – ୪୦୭ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, ୧୬/୧୨/୨୦୨୦ (ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣ କରୋନା ସଂକ୍ରମିତ ଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୨୦କୁ ବୃଦ୍ଧି ପାଇଛି । ୫ ମୃତକଙ୍କ ମଧ୍ୟରୁ ଜଣେ ମହିଳା ଓ ୪ ଜଣ ପୁରୁଷ । ଅନୁଗୋଳ, ବାଲେଶ୍ବର, ବଲାଙ୍ଗୀର, କଟକ ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୪୭୯୬ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୬ଜଣ ସଙ୍ଗରୋଧ କେନ୍ଦ୍ରରେ ଚିହ୍ନଟ ହୋଇଥିବାବେଳେ ୧୭୧ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୦ଜଣ, ବାଲେଶ୍ୱର ଜିଲ୍ଲାରୁ ୧୪ଜଣ, ବରଗଡ଼ ଜିଲ୍ଲାରୁ ୧୭ଜଣ, ଭଦ୍ରକ ଜିଲ୍ଲାରୁ ୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୦ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୨୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ଜଣ, ଗଜପତି ଜିଲ୍ଲାରୁ ୬ଜଣ, ଗଞ୍ଜାମ ଜିଲ୍ଲାରୁ ୭ଜଣ, ଜଗତସିଂହପୁର ଜିଲ୍ଲାରୁ ୬ଜଣ, ଯାଜପୁର ଜିଲ୍ଲାରୁ ୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୭ଜଣ, କଳାହାଣ୍ଡି ଜିଲ୍ଲାରୁ ୬ଜଣ, କନ୍ଧମାଳ ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯ଜଣ, କେନ୍ଦୁଝର ଜିଲ୍ଲାରୁ ୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୬ଜଣ, କୋରାପୁଟ ଜିଲ୍ଲାରୁ ୭ଜଣ, ମାଲକାନଗିରି ଜିଲ୍ଲାରୁ ୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୪ଜଣ, ନୟାଗଡ଼ ଜିଲ୍ଲାରୁ ୨ଜଣ, ନୂଆପଡ଼ା ଜିଲ୍ଲାରୁ ୮ଜଣ, ପୁରୀ ଜିଲ୍ଲାରୁ ୧୮ଜଣ, ସମ୍ବଲପୁର ଜିଲ୍ଲାରୁ ୨୬ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୨ଜଣ, ଷ୍ଟେଟ ପୁଲ୍ରୁ ୧୧ଜଣ ରହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୨୪୭୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୧୯୮୫୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି କରୋନାରେ ୧୮୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଆଉ ୩୦୭୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୪୬୮୯୫୭ଟି ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୩୪୦ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ- ୫୦ ଜଣ ଶିଶୁ ସଂକ୍ରମିତ – ୫ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୩୪୦ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *