କେନ୍ଦ୍ରାପଡା, ୧୬/୧୨/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ଖଡିଅଙ୍ଗ ଗ୍ରାମର ସମାଜସେବୀ ତଥା ଉଦ୍ୟୋଗପତି ଭୋପାଳ ପ୍ରକାଶ ମହାପାତ୍ରଙ୍କ ୬୬ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଆମରୀ ହସପିଟାଲରେ ଗତ ମଙ୍ଗଳବାର ରାତି ପ୍ରାୟ ୩ଟା ୧୫ମିନିଟ ସମୟରେ ପରଲୋକ ହୋଇଯାଇଛି । ତାଙ୍କ ମୃତୁ୍ୟ ଖବର ପ୍ରଚାର ହେବା ପରେ ସହରରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ପରୋପକାରୀ ଓ ମେଳାପି ବ୍ୟକ୍ତି ଥିଲେ । ଗତ କିଛି ଦିନ ଧରି ସେ ଅସୁସ୍ଥ ଥାଇ ଆମରୀ ହସପଡିଟାଲରେ ଭର୍ତି ହୋଇଥିଲେ । ମୃତୁ୍ୟଶଯ୍ୟା ନିକଟରେ ତାଙ୍କ ପତ୍ନୀ ସାସ୍ୱତା ସାମନ୍ତ, ୨ପୁତ୍ର ସବ୍ୟସାଚି ଓ ସୁଶୋଭନ ୨ବୋହୁଙ୍କ ସମେତ ପରିବାର ଏବଂ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ମର ଶରୀର ଖଡିଅଙ୍ଗସ୍ଥିତ ବାସଭବନରେ ପହଁଚିବା ପରେ ସେଠାରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ନଳିନୀ ବିହାରୀ ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ସଞ୍ଜୟ କୁମାର ରାଉତ, ହିରଣ୍ୟ କୁମାର ପଣ୍ଡା, ବିଜୟ ଅଗ୍ରୱାଲ, ପ୍ରଦୀପ କୁମାର ଦାସ, ନିତ୍ୟାନନ୍ଦ ସୁଆର, ବଳରାମ ନାୟକ, ବିଜେପି ରାଷ୍ଠ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବୈଦ୍ୟନାଥ ଚାଟାର୍ଜୀ, ଲୋକନାଥ ରାଉତ ବହୁ ବିଶିଷ୍ଟବ୍ୟକ୍ତି ସେଠାରେ ପହଁଚି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ରଣପଡାସ୍ଥିତ ସ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ସବ୍ୟସାଚି ସାମନ୍ତ ମୁଖାଗ୍ନି ଦେଇଥିଲେ । ଓଡ଼ିଶା ସମାଚାର