Tuesday , October 26 2021
Breaking News
Home / ରାଜନୀତି / ଶ୍ରୀବଳଦେବଜୀଉଙ୍କ ମନ୍ଦିର ସାଧାରଣ ଦର୍ଶନ ପାଇଁ ଖୋଲିବାବୁ ଜନଶକ୍ତି ପାର୍ଟିର ଦାବି

ଶ୍ରୀବଳଦେବଜୀଉଙ୍କ ମନ୍ଦିର ସାଧାରଣ ଦର୍ଶନ ପାଇଁ ଖୋଲିବାବୁ ଜନଶକ୍ତି ପାର୍ଟିର ଦାବି

କେନ୍ଦ୍ରାପଡା, ୧୬/୧୨/୨୦୨୦(ଓଡ଼ିଶା ସମାଚାର)- ତୁଳସୀକ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ଖୋଲାଯିବାକୁ ଜନଶକ୍ତି ପାର୍ଟି ପକ୍ଷରୁ ଦାବି କରାଯାଇଛି । ଏହି ଉପଲକ୍ଷେ ଇଛାପୁରରେ ପାର୍ଟିର ନଗର ସଭାପତି ପଣ୍ଡିତ ବିଦ୍ୟାଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ ଯୋଗଦେଇ ଶ୍ରୀଜୀଉଙ୍କ ମନ୍ଦିର ଅବିଳମ୍ବେ ଖୋଲାଯାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାର ସୁବ୍ୟବସ୍ଥା କରାଯିବାକୁ ଦାବି କରିଛନ୍ତି । ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ନିରଞ୍ଜନ ମେକାପ, ଦଳିତସେଲ ଜିଲ୍ଲା ସମ୍ପାଦକ ଅଭିରାମ ସେଠୀ, ଛାତ୍ର ସଭାପତି ଆକାଶ ଗେରୁ, ଯୁବନେତା ଗିରିଜାଶଙ୍କର ଖଟୁଆ, ଅମ୍ବିକା ସେଠୀ, କୈଳାସ ବେହେରା, ରାକେଶ ସାହୁ, ହରି ମିଶ୍ର, ଗୋପିନାଥ ସେଠୀ,  ନବକିଶୋର ପ୍ରଧାନ ପ୍ରମୁଖ   ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ରେ ଜୀବନବିନ୍ଦୁ କାର୍ୟ୍ୟକ୍ରମ,୫୦ ୟୁନିଟ ରକ୍ତ ସଂଗ୍ରହ

କଟକ ସଦର, ୨୪/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): କଟକ ସଦର ବ୍ଲକ ଵିଜୁ ଯୁଵ ଛାତ୍ର ଜନତା ଦଳ ପକ୍ଷରୁ …

Leave a Reply

Your email address will not be published. Required fields are marked *