Wednesday , October 4 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ମହାକାଳପଡ଼ା ବ୍ଲକ୍ କଳା ସଂସ୍କୃତି ବୈଠକ 

ମହାକାଳପଡ଼ା ବ୍ଲକ୍ କଳା ସଂସ୍କୃତି ବୈଠକ 

ମହାକାଳପଡ଼ା, ୧୬/୧୨/୨୦୨୦(ଓଡ଼ିଶା ସମାଚାର)- ମହାକାଳପଡ଼ବ୍ୱ୍କ୍ କଳା ସଂସ୍କୃତି ବୈଠକ ବ୍ଲକ୍ ନିକଟସ୍ଥ ଠାକୁର ଶ୍ରୀ ଶ୍ରୀ ନଗମାନନ୍ଦ ୟୁପିସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ କେନ୍ଦ୍ରାପଡ଼ା ଜିଲା କଳା ସଂସ୍କୃତି ସଂଘ  ର ଉପସଭାପତି  ଗଗନ ବିହାରୀ ସିଂ ଅଧ୍ୟକ୍ଷତା କରିଥିବାବେଳେ ବୈଠକରେ ଶ୍ରୀ ଜଗନ୍ନାଥ ସଂଙ୍କିର୍ତନ ମହାସଂଘର ସଭାପତି ନବଘନ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ମାର୍ଶାଘାଇ ବ୍ଲକ୍ ସଂଯୋଜକ  ଅଭୟ କୁମାର ଶତପଥ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।  ବୈଠକରେ ସଂଙ୍କିର୍ତନ କଳାକାରଙ୍କ ସମେତ ପାଲା,  ରାମନାଚ, ସଂଗୀତ, ନାଟକ, ଯାତ୍ରା , ଖଂଜଣୀ, ଦାସକାଠିଆ ଆଦି ବିଭିନ୍ନ ବର୍ଗର ଶତାଧିକ କଳାକାର ଯୋଗଦେଇ ବ୍ଲକ୍ କଳା ସଂସ୍କୃତି ସଂଘର ପୁନର୍ଗଠନ ସମ୍ପର୍କରେ ଆଲୋଚନାକରି ସ୍ଥିର କରିଥିଲେ । ଯୋଗ୍ୟ ବିବେଚିତ ହୋଇ  ଷୱଟିଙ୍ଗ ଲିଷ୍ଟରେ ଥିବା କଳାକାର ମାନଙ୍କୁ ଭତା ପ୍ରଦାନ କରିବା , ଭିତର କନିକା ମହୋତ୍ସବରେ ଜିଲାର ସମସ୍ତ ବର୍ଗର ଦକ୍ଷ କଳାକାର ଗୃପ୍ ମାନଙ୍କୁ  ସାମିଲ କରିବା , ଜିଲାରେ ନବ ନିର୍ମିି ସଂସ୍କୃତି ଭବନରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ଦେବା  ଆଦି ୧୦ ଦଫା ଦାବି କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମାଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ସରକାରଙ୍କ ଆହ୍ୱାନରେ ଶତାଧିକ କଳାକାର  କରୋନା ସଚେତନ ବର୍ତା ଭିଡ଼ିଓ କ୍ଲିପ୍ ପରି ପଠାଇ ଥିବାରୁ ମହାସଂଘର ସଭାପତି ଶ୍ରୀ ନାୟକ କଳାକାର ମାନଙ୍କୁ ଉଚ୍ଚପ୍ରସଂଶା କରିଥିଲେ ।  ଏହି  କାର୍ଯ୍ୟକ୍ରମକୁ ବ୍ଲକ୍ କଳାକାର ସଂଯୋଜକ ବୈକୁଂଠ ଚରଣ ନାୟକ ଓ ଯୁଧିଷ୍ଠିର ଦାଶ ସଂଯୋଜନା କରିଥିଲେ । ଏଥିରେ  ସଂଗଠକ ପ୍ରେମାନନ୍ଦ ନାୟକ , ସଂଗ୍ରାମ କେଶରୀ ସାମଲ  . ,ରବିନ୍ଦ୍ର ଦାସ, ନୃସିଂହ ଚରଣ ମଲ,ମିନତୀ ଦାସ, ପ୍ରଦୀପ ସ୍ୱାଇଁ,ପ୍ରଫୁଲ ପ୍ରଧାନ,ଲଙ୍ଗଳି ଚରଣ ପାଇଟାଲ, ମଲିଲତା ରାଉତ,ପ୍ରକାଶ ଚନ୍ଦ୍ର ସ୍ୱାଇଁ,ସରୋଜ ଉଦଣ୍ଡରାୟ, ରମେଶ ଚନ୍ଦ୍ର ସ୍ୱାଇଁ,ବଂକେଶ ମଣ୍ଡଳ,ସଂଜୟ କୁମାର ବେହେରା,ରମେଶ ପ୍ରଧାନ,ଅଜୟ କୁମାର ପ୍ରଧାନ,ଭ୍ରମରବର ଦାସ,ଦିଲିପ ସ୍ୱାଇଁ,କଳ୍ପନା ବିଶ୍ୱାଳ ପ୍ରମୁଖ ଆଲୋଚନା କରି କଳା ଓ କଳାକାରର  ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *