Wednesday , October 4 2023
Breaking News
Home / ବିଶେଷ / ବ୍ରାହ୍ମଣୀ ନଦୀ ନୀଳକଣ୍ଠପୁର ଘାଟରୁ ଯୁବକର ଶବ ଉଦ୍ଧାର

ବ୍ରାହ୍ମଣୀ ନଦୀ ନୀଳକଣ୍ଠପୁର ଘାଟରୁ ଯୁବକର ଶବ ଉଦ୍ଧାର

ଭୁବନ ୧୬/୧୨/୨୦୨୦(ଓଡ଼ିଶା ସମାଚାର/ ସୁଶାନ୍ତ କୁମାର ପୋଥାଳ)- ଭୁବନ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ନଦୀଘାଟରୁ ଆଜି ଅପରାହ୍ନ ସାଢେ ୪ ଘଟିକା ସମୟରେ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ,ଗଁନ୍ଦିଆ ଥାନା ଅନ୍ତର୍ଗତ ଦଲାର ଗ୍ରାମର ମେଘ ମଲ୍ଲିକ ଙ୍କ ପୁଅ ଅମ୍ବୁଜ ମଲ୍ଲିକ(୨୫) ଗତ ୧୪ ତାରିଖ ଅପରାହ୍ନରେ ମୁଲମଜୁରୀ କାମ ସାରି ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଭାସିଯାଇଥିଲେ । ପରିବାରବର୍ଗ ବହୁ ଖୋଜାଖୋଜି କରିବା ସତ୍ୱେ କୌଣସି ସନ୍ଧାନ ନପାଇବାରୁ ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳ ୯ ଘଟିକା ସମୟରୁ ଓଡ୍ରାଫ ଟିମ୍ ଦଲାର ଘାଟରୁ ଖୋଜାଖୋଜି ଆରମ୍ଭ କରି ଶେଷରେ ନୀଳକଣ୍ଠପୁର ନଦୀଘାଟରୁ ଅମ୍ବୁଜ ଙ୍କ ମୃତଦେହ ଉଦ୍ଧାର କରିଥିଲେ । ଭୁବନ ଥାନା ତରଫରୁ ଏଏସଆଇ ରମେଶ ଚନ୍ଦ୍ର ସ୍ୱାଇଁ ଓ ନୀଳକଣ୍ଠ ପାତ୍ର ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚାଇଥିଲେ । ଏ ସଂପର୍କରେ ଭୁବନ ଥାନାରେ କେଶ ନମ୍ବର ୨୬/୨୦୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *