Friday , October 22 2021
Breaking News
Home / ବିଶେଷ / ବନ୍ଦର ଅଧ୍ୟକ୍ଷ ରିେଙ୍କଶ ରାୟଙ୍କୁ ବିଜୁ ପଟ୍ଟନାୟକ ସ୍ମୃତି ସମ୍ମାନ

ବନ୍ଦର ଅଧ୍ୟକ୍ଷ ରିେଙ୍କଶ ରାୟଙ୍କୁ ବିଜୁ ପଟ୍ଟନାୟକ ସ୍ମୃତି ସମ୍ମାନ

ପାରାଦୀପ ୧୬/୧୨/୨୦୨୦(ଓଡ଼ିଶା ସମାଚାର)-ବନ୍ଦର ଅଧ୍ୟକ୍ଷ ରିେଙ୍କଶ ରାୟଙ୍କୁ ବୁଧବାର ଦିନ ପାରାଦୀପର ବିଜୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବିଜୁ ପଟ୍ଟନାୟକ ସ୍ମୃିତି ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ଆଜି ଅପରାହ୍ନ ୪ଟାରେ ମଧୁବନସ୍ଥିତ ପୋର୍ଟ ଅଫିସର୍ସ୍ କ୍ଲବ ପରିସରରେ ଏକ ସ୍ମୃିତି ସମ୍ମାନ ସଭା ଆୟୋଜନ କରାଯାଇଥିଲା । ଟ୍ରଷ୍ଟ ର ଅଧ୍ୟକ୍ଷ ଡା.ଦାମୋଦର ରାଉତ ଏହି ସମାରୋହରେ ଅଧ୍ୟକ୍ଷତା କରିଥିଲେ । ଟ୍ରଷ୍ଟର ସାଧାରଣ ସଂପାଦକ ବସନ୍ତ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ସମାରୋହରେ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ, ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁ ଚରଣ ଧିର, ଇଫକୋର ର୍ନିବାହୀ ନିର୍ଦ୍ଧେଶକ କେ.ଜେ.ପଟେଲ, ପିପିଏଲ ର ଉପସଭାପତି ରଂଜିତ ସିଂ ଚୁଗ୍ ଯୋଗଦେଇ ବନ୍ଦର ଅଧ୍ୟକ୍ଷ ଶ୍ରୀ ରାୟଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ । ପ୍ରକାଶ ଥାଉକି, ପାରାଦୀପ ବନ୍ଦରକୁ ଡେପୁଟେସନରେ ଆସି ସଫଳତାର ସହ ୫ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି ଶ୍ରୀ ରାୟ । ଚଳିତ ମାସରେ ସେ ବନ୍ଦରରୁ ବିଦାୟ ନେବେ ତେଣୁ ଏହି ସମାରୋହରେ ଶ୍ରୀ ରାୟଙ୍କର କାର୍ଯ୍ୟାବଳୀକୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ । ପାରାଦୀପ ବନ୍ଦରକୁ ଶ୍ରୀ ରାୟ ୧୦୦ମିଲିୟନ ଟନ୍ ର ସଫଳତା ଦେବା ସହ ଆମ ପାରାଦୀପ ଭଳି ବହୁ ଲୋକାଭୀମୁଖି କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ତେଣୁ ତାଙ୍କ ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ । ସେହିପରି ପାରାଦୀପ ମହାବିଦ୍ୟାଳୟ ପକ୍ଷରୁ ମଧ୍ୟ ବନ୍ଦର ଅଧ୍ୟକ୍ଷ ଶ୍ରୀ ରାୟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ. ସୁପ୍ରେମା କାନୁନଗୋ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଅଜୟ କୁମାର ମିଶ୍ର, ଅକ୍ଷୟ ଚନ୍ଦ୍ର ମିଶ୍ର, ଶ୍ୟାମଗୋବିନ୍ଦ ଜେନା, ଡଃ. ସସ୍ମିତା ଶତପଥି, ଧନଞ୍ଜୟ ପତି, ପ୍ରଶାନ୍ତ କୁମାର ରଥ ଓ ମହାବିଦ୍ୟାଳୟର କର୍ମଚାରୀମାନେ ଯୋଗ ଦେଇଥିଲେ ।  ଓଡ଼ିଶା ସମାଚାର

 

About admin

Check Also

କେନ୍ଦ୍ରାପଡାରେ ୬୨ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଗୁରୁବାର  ୬୨ତମ ପୋଲିସ ସହିଦ  ଦିବସ ପାଳିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *