ମାହାଙ୍ଗା,୧୬/୧୨/୨୦୨୦(ଓଡିଶା ସମାଚାର/ଅଭୟ ଜେନା):ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ମତୁଲୁବ ଅଲ୍ଲୀଙ୍କ ଅଣାଅଶି (୭୯) ତମ ଜୟନ୍ତୀ କୁଆଁପାଳ ନିକଟସ୍ଥ ପ୍ରତିଭା ଭବନ ପରିସରରେ ଡକ୍ଟର ବିଜୟାନନ୍ଦ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଇନିମନ୍ତ୍ରୀ ପ୍ରତାପ ଜେନା ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ବର୍ଗତ ଅଲ୍ଲୀଙ୍କ ଭଳି ପ୍ରାଜ୍ଞ ପୁରୁଷଙ୍କ ପାଇଁ ମାହାଙ୍ଗା ଗର୍ବିତ । ଏହି ନିର୍ବାଚନ ମଣ୍ଡଳୀର ବିକାଶ ପର୍ବରେ ସେକ ଅଲ୍ଲୀଙ୍କ ଯୋଗଦାନ ସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ଜେନା ମତ ପୋଷଣ କରିଥିଲେ ।
ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ସାଂସଦ ଜଗନ୍ନାଥ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ବିଶ୍ୱରଂଜନ,ସମ୍ମାନିତ ବକ୍ତାଭାବେ ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ସମ୍ମାନିତ ଅତିଥି ଭାବେ ପ୍ରଫେସର କାର୍ତ୍ତିକେଶ୍ୱର ସାହୁ, ଶିକ୍ଷାବିତ ରବୀନ୍ଦ୍ର ସାହୁ,ପ୍ରମୁଖ ଯୋଗଦେଇଥିଲେ । ପଣ୍ଡିତ ପ୍ରଭାତ କର ସ୍ୱାଗତ ଭାଷଣ ଏବଂ ଆଡ଼ଭୋକେଟ ଦୀପକ ମହାନ୍ତି ପ୍ରାକ ସୂଚନା ପ୍ରଦାନ କରିଥିଲେ । ସ୍ବର୍ଗତ ଅଲ୍ଲୀଙ୍କ ସ୍ମୁତିରେ ଅଭିଳଷିତ ଉନ୍ମୋଚିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସେକ ଅଲ୍ଲୀଙ୍କ ପୁତ୍ର ମାସୁଦ ଅଲ୍ଲୀ, ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ସୁକାନ୍ତ ନନ୍ଦ,ପ୍ରମୁଖ ଯୋଗଦେଇଥିଲେ ମତୁଲୁବ ଅଲ୍ଲୀଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଓଡ଼ିଶା ସମାଚାର