Saturday , December 4 2021
Home / ବିଶେଷ / ଦୁଇଟି ନୂଆ ପ୍ରକଳ୍ପର ଲୋକାର୍ପଣ କଲେ ବନ୍ଦର ଅଧ୍ୟକ୍ଷ

ଦୁଇଟି ନୂଆ ପ୍ରକଳ୍ପର ଲୋକାର୍ପଣ କଲେ ବନ୍ଦର ଅଧ୍ୟକ୍ଷ

ପାରାଦୀପ ୧୬/୧୨/୨୦୨୦(ଓଡ଼ିଶା ସମାଚାର)-ବୁଧବାର ଦିନ ପାରାଦୀପ ବନ୍ଦର ପୋତାଶ୍ରୟ ମଧ୍ୟରେ ଜଳ ସିଂଚନ କାର୍ଯ୍ୟକ୍ରମର ଲୋକାର୍ପଣ କରିଛନ୍ତି ବନ୍ଦର ଅଧ୍ୟକ୍ଷ ରିେଙ୍କଶ ରାୟ । ସ୍ୱୱେଜ ଟି୍ରଟମେ୍ ପ୍ଲାଂଟରୁ ଜଳକୁ ଏଠାରେ ସଂଗୃହିତ କରି ରଖାଯିବ । ଏହି ଜଳ ସିଂଚନରେ ବ୍ୟବହୃତ ହେବ । ପୂର୍ବରୁ ପାଣି ଟ୍ୟାଙ୍କର ମାଧ୍ୟମରେ ଜଳ ସିଂଚନ କରାଯାଉଥିଲା । ପାରାଦୀପରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଦୁ୍ୟତ ସରାବରାହରେ ବ୍ୟାଘାତ ସୃଷ୍ଟି ନ ହେବା ପାଇଁ ଟାଉନସିପରେ ଉଜ୍ଜଳ କେବୁଲ ବାସଗୃହ ମାନଙ୍କୁ ସଂଯୋଗ କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବନ୍ଦର ଅନ୍ତେବାସୀଙ୍କର ବିଦୁ୍ୟତ ସେବାରେ ବ୍ୟାଘାତ ସୃଷ୍ଟି ହେଉନାହିଁ । ସେହିପରି ବନ୍ଦର ପୋତାଶ୍ରୟ ଅଂଚଳରେ ଭୁତଳ କେବୁଲ ବ୍ୟବସ୍ଥାର କାର୍ଯ୍ୟାରମ୍ଭ ହୋଇଛି । ଏଥି ସହ ପ୍ରତ୍ୟେକ ସବଷ୍ଟେସନ୍ ମାନଙ୍କରେ ଉଚ୍ଚ କ୍ଷମତା ସମ୍ପନ୍ନ ଜେନେରେଟର ବ୍ୟବସ୍ଥା କରାଯାଇଛି । ଫଳରେ ବିପର୍ଯ୍ୟୟ ସମୟରେ ନିରବଚ୍ଛନ୍ନ ବିଦୁ୍ୟତ ବିତରଣ ହୋଇ ପାରିବ । ପାରାଦୀପ ବନ୍ଦର ୪ନଂ ଫାଟକ ନିକଟରେ ଆପାତକାଳୀନ ସୂଚନା କେନ୍ଦ୍ରକୁ ମଧ୍ୟ ବନ୍ଦର ଅଧ୍ୟକ୍ଷ ଶ୍ରୀ ରାୟ ଲୋକାର୍ପଣ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସିଆଇଏସଏଫ୍ ବନ୍ଦର ଅଧିକାରୀଙ୍କ ସହ ମିଶି ବିପର୍ଯ୍ୟୟ ପ୍ରଶମନରେ ସହଯୋଗ କରିପାରିବେ । ଏହା ନିକଟରେ ଖୁବଶୀଘ୍ର ଏକ ବିଶ୍ରାମାଗାର ସ୍ଥାପନ କରାଯିବ । ଏଠାରେ ନିୟୋଜିତ କର୍ମଚାରୀମାନେ ବିଶ୍ରାମ କରିପାରିବେ ବୋଲି ପାରାଦୀପ ବନ୍ଦର ପକ୍ଷରୁ ପ୍ରକାଶିତ ଏକ ପ୍ରେସ୍ ଇସ୍ତାହାରରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *