ଗରଦପୁର, ୧୬/୧୨/୨୦୨୦(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ମଧୁଶାସନ ଗ୍ରାମ ପଂଚାୟତର କୁଦାନଗରୀ ଠାରେ ଓ ବଡ଼ ବେତ୍ରା ପଂଚାୟତରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୨୦୧୫-୧୬ ଓ ୨୦୧୬-୧୭ ମସିହାରେ କାଜୁ ଚାରା ପ୍ଲାଂଟେସନ୍ କରାଯାଇଥିଲା । ଏହି କାଜୁ ପ୍ଲାଂଟେସନ୍ ରେ ଏବେ କାଜୁ ଗଛ ପ୍ରାୟତଃ ନାହିଁ କହିଲେ ଚଳେ । ଅପର ପକ୍ଷରେ କାଜୁ ଚାରା ରୋପଣରେ ଦୁର୍ନିତୀ କରାଯାଇଥିବା ଅଭିଯୋଗ କରି ସୂଚନା ଅଧିକାର କର୍ମୀ ପବିତ୍ର ପାଣି ଲୋକାୟୁତରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ ଲୋକାୟୁତଙ୍କ ତରଫରୁ ଘଟଣାସ୍ଥଳକୁ ଆସି କାଜୁ ଚାରା ରୋପଣ କରାଯାଇଥିବା ସ୍ଥାନରେ ତନଖି କରାଯାଇଥିଲା । ଡ଼ାଇରେକ୍ଟର ଅଫ ଇନକ୍ୱାରୀ (ଲେକାୟୁତ) ଅନୁସନ୍ଧାନ କରିବା ପାଇଁ ଆସିଥିଲେ । ଅନୁସନ୍ଧାନ ସମୟରେ ଗରଦପୁର ତହସିଲଦାର ଧରଣୀଧର ବେହେରା , ଆସିଷ୍ଠାଂଟ ଡ଼ାଇରେକ୍ଟର ହଟିକଲଚର କଣ୍ଡ ଜେନା , ବ୍ଲକ୍ ଉଦ୍ୟାନ କୃଷି ଅଧିକାରୀ ଶ୍ରୀରାମ ରତନ ପ୍ରଧାନ , ସରପଂଚ ଅରୁଣ କୁମାର ନାୟକ , ଉଦ୍ୟାନ କୃଷି ବିଭାଗର ସ୍ଥାନୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ୬ ଟି ପ୍ଲଟରେ କାଜୁ ଚାରା ରୋପଣ କରିବାକୁ ବିଭାଗୀୟ ଅନୁମୋଦନ ମିଳିଥିଲାବେଳେ ଦୁଇଟି ପ୍ୟାଚ୍ ରେ ଚାରା ରୋପଣ କରାଯାଇଥିବା ଦେଖାଯାଇଥିଲା । ଅନ୍ୟ ପ୍ଲଟ ଗୁଡ଼ିକ ରେ ଚାରା ରୋପଣ ହୋଇଛି ନା ନାହିଁ ସେ ବାବଦରେ ଅଧିକ ବିଭାଗୀୟ ରେକର୍ଡ଼ ପତ୍ର ଯାଂଚ କରାଯାଉଥିବା ଜଣାପଡ଼ିଛି । କିନ୍ତୁ କୁଦାନଗରୀ ଓ ବଡ଼ ବେତ୍ରା ଠାରେ କାଜୁ ପ୍ଲାଂଟେସନ୍ କ୍ଷେତ୍ର ପ୍ରସ୍ତୁତ କରାଯାଇଥିଲା , ତାର ବାଡ଼ ବନ୍ଦୀ କରାଯାଇ ଚାରା ରୋପଣ କରାଯାଇଥିବା ଏବଂ ତାକୁ ରକ୍ଷଣା ବେକ୍ଷଣ କରିବା ପାଇଁ ଶ୍ରମିକ ନିଯୁକ୍ତ କରାଯାଇଥିବା ତଦନ୍ତ ରୁ ଜଣାପଡ଼ିଥିଲା । କିନ୍ତୁ ତାର ରକ୍ଷଣା ବେକ୍ଷଣ ଅଭାବରୁ କାଜୁ ପ୍ଲାଂଟେସନ୍ କରାଯାଇଥିବା ଅଂଚଳରେ ମାତ୍ର ଅଳ୍ପ କୋତୋଟି ଗଛ ରହିଥିବା ଦେଖାଯାଇଥିଲା । ଗତକାଲି ଓ ଆଜି ବିଭାଗରେ ତଦନ୍ତ ଜାରି ରହିଛି । ଓଡ଼ିଶା ସମାଚାର